ଭୁବନେଶ୍ଵର: ପ୍ରଭୁ ଜଗନ୍ନାଥଙ୍କ, ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ ବିପତ୍ତି ହଟିଗଲା | ବାତ୍ୟା 'ଦାନା', ଏବଂ ଏହାର ପ୍ରଭାବରୁ, କୌଣସି ମୃତାହତ ହୋଇନାହିଁ I ସରକାରଙ୍କ 'ଜିରୋ କାଜୁଆଲଟି' ନୀତିକୁ, ସଫଳତାର ସହିତ, କାର୍ଯ୍ୟକାରୀ କରିଥିବାରୁ, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ, ସଦସ୍ୟା, ସାଂସଦ, ବିଧାୟକ, ବିଧାୟିକା ତଥା ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ, ମୁଁ ଆନ୍ତରିକତାର ସହିତ ଧନ୍ୟବାଦ ଜ୍ଞାପନ କରୁଅଛି ।
ଲୋକଙ୍କୁ ସୁରକ୍ଷିତ କରି, ସେମାନଙ୍କୁ ଆବଶ୍ୟକୀୟ, ସେବା ପ୍ରଦାନ କରିବା ପାଇଁ, ସମସ୍ତେ ଦିନ ରାତି ଏକ କରିଦେଇଥିଲେ । ବାତ୍ୟା ପରବର୍ତ୍ତୀ ଥଇଥାନ, ଏବଂ କ୍ଷୟକ୍ଷତିର ଆକଳନ କରି, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଅଛି । ଏ ସରକାର ଆପଣମାନଙ୍କର (ଜନସାଧାରଣଙ୍କର), ଆପଣଙ୍କ ସେବା ଓ ସହଯୋଗ କରିବା, ଆମର ନୈତିକ କର୍ତ୍ତବ୍ୟ ଓ ଦାୟିତ୍ଵ ।
ଶାନ୍ତିଶୃଙ୍ଖଳା ଏବଂ ଧୈର୍ଯ୍ୟର ସହିତ, ବାତ୍ୟାକୁ ସଫଳତାର ସହିତ ମୁକାବିଲା କରି, ସରକାରଙ୍କ ନିୟମାବଳୀକୁ ମାନି, ନିଜ ଏବଂ ନିଜ ପରିବାରର, ସୁରକ୍ଷା କରିଥିବାରୁ ଆପଣମାନେ ସମସ୍ତେ ପ୍ରଶଂସାର ପାତ୍ର । ସମଗ୍ର ଓଡିଶାବାସୀଙ୍କୁ, ମୁଁ ଆନ୍ତରିକତାର ସହିତ ଧନ୍ୟବାଦ ଜଣାଉଛି । ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହୋଇଛନ୍ତି, ହୋଇଥିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/10/21/b13D48Sx0wN8zmZYDGij.png)