ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବାଙ୍କିବାହାଲ ଟପରିଆ ରାସ୍ତା ଲୁଆବାହାଲ ଛକ ବିଳାଇମୁଣ୍ଡା ଠାରେ ଲୁଆବାହାଲ ଲାମ୍ପ୍ସସ ଘର ଭିତରେ କୋଇଲା ପରିବହନ ଭାରୀଯାନ ଦୁର୍ଘଟଣାଗ୍ରସ୍ତ ହୋଇ ପଶିଯାଇଛି। ଏ ରାସ୍ତାରେ ଦୁର୍ଘଟଣାଟା ସାଧାରଣ କଥା। କେବେ ଘର ଭିତରକୁ କୋଇଲା ପରିବହନ ଭାରୀଯାନ ପଶି ଯାଉଛି ତ କେବେ ଦୁର୍ଘଟଣା ରେ ଲୋକଙ୍କ ଜୀବନ ଯାଉଛି।
ସୁନ୍ଦରଗଡ଼ ଜିଲ୍ଲା ବାଙ୍କିବାହାଲ ଟପରିଆ ରାସ୍ତା ଲୁଆବାହାଲ ଛକ ବିଳାଇମୁଣ୍ଡା ଠାରେ ଲୁଆବାହାଲ ଲାମ୍ପ୍ସସ ଘର ଭିତରେ କୋଇଲା ପରିବହନ ଭାରୀଯାନ ଦୁର୍ଘଟଣାଗ୍ରସ୍ତ ହୋଇ ପଶିଯାଇଛି। ଏ ରାସ୍ତାରେ ଦୁର୍ଘଟଣାଟା ସାଧାରଣ କଥା। କେବେ ଘର ଭିତରକୁ କୋଇଲା ପରିବହନ ଭାରୀଯାନ ପଶି ଯାଉଛି ତ କେବେ ଦୁର୍ଘଟଣା ରେ ଲୋକଙ୍କ ଜୀବନ ଯାଉଛି।
ଆଜି ଲଗାତାର ଚତୁର୍ଥ ଦିନ ଦୁର୍ଘଟଣା ଲୁଆବାହାଲ ବିଳାଇମୁଣ୍ଡା ଅଂଚଳରେ ଘଟିଛି। କାଲି ଜଣଙ୍କ ଗୋଡ଼ କଟି ଯାଇଥିଲା। ଦୁର୍ଘଟଣାରୁ ବଞ୍ଚିବାପାଇଁ ଲୋକଙ୍କ ଜୀବନ ଜୀବିକା ବଂଚିବା ପାଇଁ ସରକାର ଓ ପ୍ରଶାସନ ତୁରନ୍ତ ବାଙ୍କିବାହାଲ ଟପରିଆ ରାସ୍ତାରେ ଗାଁ ଭିତରେ ଭାରୀଯାନ କୋଇଲା ପରିବହନକୁ ବନ୍ଦ କରାଯାଉ ଓ କୋଲ୍ କରିଡର ରାସ୍ତା ନିର୍ମାଣ କରି ସେହି ରାସ୍ତାରେ କୋଇଲା ପରିବହନ କରୁ।