ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଜ ଭାବରେ କଲେଜିୟମ ଦ୍ୱାରା ଜଷ୍ଟିିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ସଂଜୀବ ଖନ୍ନାଙ୍କ ନାଁ ସୁପାରିଶ କରାଯାଇଛି। ଜଷ୍ଟିସ ଦିନେଶ ମାହେଶ୍ୱରୀ ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ରୂପେ କାର୍ଯ୍ୟରତ ଅଛନ୍ତି। ସେହିଭଳି ଜଷ୍ଟିସ ଖନ୍ନା ଦିଲ୍ଲୀ ହାଇକୋର୍ଟ ବିଚାରପତି ଭାବରେ କାର୍ଯ୍ୟରତ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗାଙ୍ଗୁଲୀ, ଜଷ୍ଟିସ ଏକେ ସିକ୍ରି, ଏସ୍ଏ ବୋବଡେ, ଏନ୍ଭି ରମଣ ଏବଂ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ଚୟନ କମିଟିରେ ଜଷ୍ଟିସ ଦିନେଶ ଓ ଜଷ୍ଟିସ ସଂଜୀବ ଖନ୍ନାଙ୍କ ନାଁ ସୁପାରିଶ କରାଯାଇଥିଲା।