ବିନିକା: ବିନିକା ବ୍ଳକରେ ଚାଲିଥିବା ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିରରେ ବିନିକା ବ୍ଳକ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବୀରମହାରାଜପୁର ବିଧାୟକ ଓ ସାଂସଦଙ୍କ ହସ୍ତକ୍ଷେପ ନେଇ ବିନିକା ବ୍ଳକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦ ଓ ଉପାଧ୍ୟକ୍ଷ ନିର୍ମଳ ଷଣ୍ଢଙ୍କ ସହ ସମସ୍ତ ସମିତିସଭ୍ୟ /ସଭ୍ୟା ଓ ସରପଞ୍ଚ ମିଳିତଭାବେ ଅତିରିକ୍ତ ଜିଳ୍ଲାପାଳ ରାଜେନ୍ଦ୍ର ମାଝୀଙ୍କୁ ଏକ ଅଭିଯୋଗ ପତ୍ର ଦେଇଛିନ୍ତି।
ସୁଚନାଯୋଗ୍ୟ, ବ୍ଳକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମୁଣ୍ଡ ପୁରାଇ କାର୍ଯ୍ୟ ଯେପରି ଆଗକୁ ନ ବଢିବ, ସେଥିପ୍ରତି ସବୁବେଳେ ବିରୋଧ କରି ଚାଲିଛନ୍ତି। ଏନେଇ ଜଣଶୁଣାଣି ଶିବିରରେ ଅତିରିକ୍ତ ଜିଳ୍ଲାପାଳ ରାଜେନ୍ଦ୍ର ମାଝୀଙ୍କୁ ଭେଟି ବ୍ଳକର ସମସ୍ତ ଜନପ୍ରତିନିଧିଙ୍କ ଦସ୍ତଖତ ଥିବା ଅଭିଯୋଗ ଦେବାସହ ବିନିକା ବ୍ଳକ ବିଧାୟକ ରଘୁନାଥ ଜଗଦଳା ଓ ସାସଂଦ ସଂଙ୍ଗିତା କୁମାରୀ ସିଂଦେଓ ପଞ୍ଚାୟତ ଧାରା ୨୦(ଏ), ୧୯୫୯ ନିୟମକୁ ଉଲ୍ଳଂଘନ କରିବା ଏହା ଏକ ଅସମିଧାନିକ ଅଟେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।