ବିହାରର କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ ଛାଡୁଥିବା ପ୍ରବାସୀଙ୍କୁ କଣ୍ଡୋମ୍‌ ଓ ଗର୍ଭ ନିରୋଧକ ବଟିକା ଦିଆଯାଉଛି

ପାଟ୍‌ନା: ବିହାରର କ୍ବାରେଣ୍ଟାଇନ୍‌ ସେଣ୍ଟର୍‌ ଛାଡୁଥିବା ହଜାର ହଜାର ମହିଳା ଓ ପୁରୁଷ ପ୍ରବାସୀମାନଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ସୋସାଇଟି ପକ୍ଷରୁ କଣ୍ଡମ୍‌ ଓ ଗର୍ଭ ନିରୋଧକ ବଟିକା ଯୋଗାଇ ଦିଆଯାଉଛି। ଦେଶ ମଧ୍ୟରେ ବିହାରର ଶିଶୁ ଜନ୍ମ ହାର ସବୁଠାରୁ ଅଧିକ ହୋଇଥିବା କାରଣରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ୨୦୧୬ ମସିହାରେ ହୋଇଥିବା ‌ଏକ ଜାତୀୟ ସର୍ଭେରୁ ଜାଣିବାକୁ ମିଳିଥିଲା ଯେ ବିହାରର ଜଣେ ମହିଳାଙ୍କ ପିଛା ପିଲା ସଂଖ୍ୟା ହେଉଛି ୩.୪।

ରାଜ୍ୟ ସ୍ବାସ୍ଥ୍ୟ ସୋସାଇଟିର କାର୍ଯ୍ୟକାରୀ ନିର୍ଦ୍ଦେଶକ ମନୋଜ କୁମାରଙ୍କ କହିବାନୁସାରେ, ‘ହୋଲି, ଦୀପାବଳୀ ଓ ଛଟ୍‌ ପର୍ବ ପାଇଁ ହଜାର ହଜାର ପ୍ରବାସୀ ଶ୍ରମିକ ମାର୍ଚ ଓ ନଭେମ୍ବର ମାସରେ ନିଜ ଘରକୁ ସମୟ ବିତାଇବାକୁ ଆସିଥାନ୍ତି। ଫଳରେ ଏହି ଦୁଇ ମାସରୁ ନେଇ ଠିକ୍‌ ୯ ମାସ ପରେ ମାତ୍ରାଧିକ ଶିଶୁ ଜନ୍ମ ନେଇଥାନ୍ତି। ଏ ସବୁକୁ ଦୃଷ୍ଟିରେ ରଖି ଆମେ ପ୍ରବାସୀ ଶ୍ରମିକମାନଙ୍କୁ କଣ୍ଡମ ଓ ଗର୍ଭ ନିରୋଧକ ବଟିକା ପ୍ରଦାନ କରୁଛୁ ଓ ଏହି ନିଷ୍ପତ୍ତି ଉଚ୍ଚ ସ୍ତରରେ ନିଆଯାଇଛି।’


NDTV.com

ଉଲ୍ଲେଖଯୋଗ୍ୟ, ମହାମାରୀ କରୋନା ଭାଇରସ୍‌ର ମୁକାବିଲା କରିବାକୁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ବଢ଼ାଇ ଚାଲିଥିବା ବେଳେ ଟଙ୍କା ଅଭାବ ହେତୁ ହଜାର ହଜାର ପ୍ରବାସୀ ଶ୍ରମିକ ଦିଲ୍ଲୀ ଓ ମୁମ୍ବାଇ ପରି ସହରରୁ ବିହାର ଓ ଅନ୍ୟ ରାଜ୍ୟକୁ ଫେରୁଛନ୍ତି। ବିହାର ସରକାରଙ୍କ ଆକଳନ ଅନୁସାରେ ମେ ମାସରୁ ଯାତାୟତକୁ ଅନୁମତି ମିଳିବା ପରେ ପ୍ରାୟ ୧୦ ଲକ୍ଷ ଶ୍ରମିକ ପାଦରେ କିମ୍ବା ଅନ୍ୟ ଯାନ ସାହାଯ୍ୟରେ ନିଜ ରାଜ୍ୟରେ ପହଞ୍ଚି ପାରିଛନ୍ତି।

ସମ୍ବନ୍ଧିତ ଖବର