ପାଟନା ସାହିବ୍‌ରୁ ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା

ପାଟନା : ଅଭିନେତା ସନ୍ନି ଦେଓଲ ଗୁରୁଦାସପୁରରୁ ନାମାଙ୍କନ ପତ୍ର ଦାଖଲ କରିବା ପରେ ଏବେ ପାଟ୍‌ନା ସାହିବରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତିି ଅଭିନେତା ତଥା କଂଗ୍ରେସ ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନା । ବିଜେପି ଟିକେଟ ନ ଦେବା ପରେ ଶତ୍ରୁଘ୍ନ ସିହ୍ନା ବିଜେପି ଛାଡ଼ି ଏପ୍ରିଲ ୬ରେ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସରେ ଯୋଗ ଦେବା ପରେ ସେ ତାଙ୍କର ପାରମ୍ପରିକ ଆସନ ପାଟନା ସାହିବରୁ ନିର୍ବାଚନ ଲଢ଼ିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଥିଲ । ତେବେ ଆଜି ଆଗାମୀ ପର୍ଯ୍ୟାୟ ନିର୍ବାଚନ ପାଇଁ ଶତ୍ରୁଘ୍ନ ସିହ୍ନା ପାଟ୍‌ନା ସାହିବ୍‌ରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଅନ୍ୟ ପକ୍ଷରେ, ବିଜେପି ଶତ୍ରୁଘ୍ନ ସିହ୍ନାଙ୍କ  ବଦଳରେ ରବିଶଙ୍କର ପ୍ରସାଦଙ୍କୁ ଟିକେଟ ଦେଇଥିବାରୁ ପାଟ୍‌ନା ସାହିବ୍‌ରେ ଶତ୍ରୁଘ୍ନ-ରବିଶଙ୍କରଙ୍କ ଲଢ଼େଇ ଦେଖିବାକୁ ମିଳିବ । ତେବେ ମେ ୧୯ରେ ପାଟନା ସାହିବ୍‌ରୁ ମତଦାନ ହେବାକୁ ଥିବା ବେଳେ ଏହି ନିର୍ବାଚନୀ ଲଢ଼େଇରେ କିଏ ଜିତୁଛି, ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର