ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲଢୁଥିବା ସଂସଦୀୟ କ୍ଷେତ୍ର ଆମେଥିରେ କଂଗ୍ରେସର ‘ନ୍ୟାୟ’ ଯୋଜନାର ପୋଷ୍ଟର୍ ଲାଗିଥିବା ନେଇ ନିର୍ବାଚନ କମିଶନ ଏକ ନୋଟିସ୍ ଜାରି କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି ଅଭିଯୋଗ ଆସିବା ପରେ ନିର୍ବାଚନ କମିଶନ ନୋଟିସ୍ ଜାରି କରିଥିବା ଜାଣିବାକୁ ମିଳିଛି। ଆମେଥିରେ ଲାଗିଥିବା ପୋଷ୍ଟର୍ରେ ରାହୁଲଙ୍କ ଫଟୋ ସହ ‘ଅବ୍ ହୋଗା ନ୍ୟାୟ’ ଲେଖା ଯାଇଥିଲା।
ନିର୍ବାଚନ କମିସନ ପକ୍ଷରୁ କୁହାଯାଇଛି ଯେ ‘ଉକ୍ତ ପୋଷ୍ଟର୍ଟି ଯାହା ବିଲ୍ଡିଂ କାନ୍ଥରେ ଲଗାଯାଇଛି ତାଙ୍କର ଅନୁମତି ନିଆଯାଇ ନାହିଁ। ଏହା କେଉଁଠାରେ ଛପା ଯାଇଛି ତାହା ବ୍ୟାନରରେ ଉଲ୍ଲେଖ କରାଯାଇ ନାହିଁ।’ ଏ ସଂପର୍କରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ କଂଗ୍ରେସ ଓ ରାହୁଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ କଂଗ୍ରେସ ନ୍ୟୁନତମ ଆୟ ଯୋଜନା(ନ୍ୟାୟ) ଜରିଆରେ ଦେଶର ଗରିବମାନଙ୍କୁ ବର୍ଷକୁ ୭୨, ୦୦୦ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଛି। କଂଗ୍ରେସ ସରକାର ଶାସନ କ୍ଷମତାକୁ ଆସିଲେ ଗରିବୀ ବିରୋଧରେ ‘ନ୍ୟାୟ’ ଯୋଜନା ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ପରି କାମ କରିବ ବୋଲି ନକଟରେ ରହୁଲ କହିଥିଲେ।