ଭୁବନେଶ୍ୱର: ବନ୍ଧୁମିଳନ ନାମରେ ଭୋଜି ଆୟୋଜନ କଲେ ବିଧାୟକ | ଆଉ ବାସି ଖାଦ୍ୟ ଖାଇ ମଲେ ଏକାଧିକ ଗାଈ | କଟକ ସଦରର ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନାମରେ ଏଭଳି ସଂଗୀନ ଅଭିଯୋଗ ଆସିଛି | ଗାଈଙ୍କ ମୃତ୍ୟୁ ପଛରେ ବିଧାୟକଙ୍କ ପରୋକ୍ଷ ହାତ ଥିବାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ମାନସ ଚୌଧୁରୀ |
ମାନସ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ,' କଟକ ସଦର ବିଧାୟକଙ୍କ ନିର୍ଦ୍ଦେଶରେ ୪୨ମୌଜା ଚାନ୍ଦୁଲି ନଦୀ ପଠାର ବଳି ବାମନ ପୀଠରେ ବିଜେପି ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଠାକାର ବଳକା ଖାଦ୍ୟ ସେଇଠି ଫୋପାଡି ଦେଇଥିଲେ। ପଡ଼ିଥିବା ବାସି ଖାଦ୍ୟ ଖାଇ ଏକାଧିକ ଗାଈଗୋରୁଙ୍କର ମୃତ୍ୟୁ ହୋଇଯାଇଛି | ଦୁଃଖର ବିଷୟ ଯେଉଁ ବିଜେପି କଥା କଥାରେ ଗୋ ସୁରକ୍ଷା ସ୍ଲୋଗାନ ଦେଇଥାଏ, ସେହି ବିଜେପିର ଦାୟିତ୍ଵହୀନତା ଯୋଗୁଁ ଆଜି ଗାଈ ଗୋରୁଙ୍କ ମୃତ୍ୟୁ ମୁଖରେ ପଡିଲେ ଅଥଚ ନାମକୁ ମାତ୍ର କ୍ଷତିପୂରଣ ଦେଇ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିବା ନିହାତି ପରିତାପର ବିଷୟ' |
ଦୁଃଖର କଥା ଗତକାଲି କଟକ ସଦର ବିଧାୟକଙ୍କ ନିର୍ଦ୍ଦେଶରେ ୪୨ମୌଜା ଚାନ୍ଦୁଲି ନଦୀ ପଠାର ବଳି ବାମନ ପୀଠରେ ବିଜେପି ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେଠାକାର ବଳକା ଖାଦ୍ୟ ସେଇଠି ଫୋପାଡି ଦେଇଥିଲେ। ପଡ଼ିଥିବା ବାସୀ ଖାଦ୍ୟ ଖାଇ ଏକାଧିକ ଗାଈ ଗୋରୁ ମୃତ୍ୟୁ ମୁଖରେ ପଡିଛନ୍ତି। ଦୁଃଖର ବିଷୟ ଯେଉଁ ବିଜେପି କଥା କଥାରେ… pic.twitter.com/OjKI5XirXI
— Manas choudhury (@ManasChoudhury) December 24, 2025
ତେବେ ଏନେଇ ଆମେ ମାନସ ଚୌଧୁରୀଙ୍କ ସହ କଥା ହୋଇଥିଲୁ | ସେ କହିଥିଲେ ଯେ ଗାଈମାନଙ୍କ ଅକାଳ ମୃତ୍ୟୁ ନେଇ ସେ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ କଥା ହୋଇଥିଲେ | ଥାନା ଅଧିକାରୀ ତାଙ୍କୁ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ, ହେଲେ ଏପର୍ଯ୍ୟନ୍ତ ସେମିତି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ |
ଆହୁରି ପଢନ୍ତୁ: Gulua-Barsha Controversy: ସ୍ବାମୀ-ସ୍ତ୍ରୀ ଓ ସେମାନେ… ପରକୀୟା ପ୍ରୀତି ପାଇଁ ବର୍ଷା-ଗୁଲୁଆ କଳି ! ମୁହଁ ଖୋଲି ଗୁଲୁଆଙ୍କ ଗୁମର ଫିଟାଇଲେ ପତ୍ନୀ
ତେବେ ଗାଈଙ୍କର ଏଭଳି ଅକାଳ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି | ଏହି ଗାଈଙ୍କ ମୃତ୍ୟୁ ପାଇଁ ପ୍ରକୃତରେ କିଏ ଦାୟୀ? ଯଦି ଖାଦ୍ୟ ବଳିଗଲା ତାହାକୁ ଏଣେତେଣେ ପୋଫାଡ଼ିଦେବାକୁ କିଏ କହିଲା?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/12/25/untitled-31-copy-2025-12-25-20-16-47.jpg)