ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମଧ୍ୟ ରାତିରେ ୨୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ସେଥିମଧ୍ୟରୁ ଓଡିଶାର ୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । କଟକରୁ ପଞ୍ଚାନନ କାନୁନ୍ଗୋ ଓ ଯାଜପୁରରୁ ମାନସ ଜେନା । ଅନ୍ୟପଟେ ଓଡିଶା ବିଧାନସଭା ପାଇଁ ୯ ଜଣ ପ୍ରାର୍ଥୀଙ୍କ ନା ଘୋଷଣା କରିଛି କଂଗ୍ରେସ । ୨୦୧୯ ନିର୍ବାଚନରେ ପ୍ରଥମ ଥର ପାଇଁ ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ପୃଥୀବଲ୍ଲଭ ପଟ୍ଟନାୟକ ବେଗୁନିଆରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ।
ବଲେଶ୍ୱରରୁ- ମାନସ ଦାସ ପଟ୍ଟନାୟକ
ଧର୍ମଶଳା- ସ୍ମୃତି ରେଖା ପହି
ଯାଜପୁର- ସନ୍ତୋଷ କୁମାର ନନ୍ଦ
ହିନ୍ଦୋଳ- ତ୍ରିନାଥ ବେହେରା
କାମାକ୍ଷାନଗର- ଭବାନୀ ଶଙ୍କର ମହାପାତ୍ର
ବଡମ୍ବା- ବବି ମହାନ୍ତି
ପାରାଦୀପ- ଅରିନ୍ଦମ ସର୍କେଲ
ପିପିଲି- ଯୁଧିଷ୍ଠିର ସାମନ୍ତରାୟ
ବେଗୁନିଆ- ପୃଥୀବଲ୍ଲଭ ପଟ୍ଟନାୟକ
/sambad/media/post_attachments/wp-content/uploads/2019/04/e50bb1a4-aad9-4574-ab98-1cb1a26daba4.jpg)
/sambad/media/post_attachments/wp-content/uploads/2019/04/64b5a425-fc33-4a83-91d8-1408d38f38cc.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/64b5a425-fc33-4a83-91d8-1408d38f38cc-1.jpg)