ପାଣାଜି: କଂଗ୍ରେସ ବିଧାୟକ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାଥ୍ ଭାରତୀୟ ଜନତା ପାର୍ଟି(ବିଜେପି)ରେ ଯୋଗ ଦେବାକୁ ଯାଉଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦିଗମ୍ବର କାମାଥ୍ ବିଜେପିରେ ଯୋଗ ଦେବା ପରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ହଟାଇ ତାଙ୍କ ସ୍ଥାନ ଅକ୍ତିୟାର କରିବେ।
୨୦୧୮ ମସିହାରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ମନୋହରଙ୍କ ସ୍ୱାସ୍ଥ୍ୟାବସ୍ଥା କିଛିଦିନ ହେବ ବିଶେଷ ବିଗିଡ଼ି ଯାଇଛି। ଏବେ ଗୋଆର ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଦିଗମ୍ବରଙ୍କ ଉପରେ ସଭିଙ୍କ ନଜର ରହିଛି।
ଖୁବ୍ ଶୀଘ୍ର ଦିଗମ୍ବର ବିଜେପିର ବରିଷ୍ଠ ନେତାଙ୍କୁ ଭେଟିବାର ଯୋଜନା ରହିଛି। ମନୋହରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ବିଜେପି ଦଳ ପାଇଁ ନୂଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଛି। ଗତ ସଂଧ୍ୟାରେ ବିଜେପିର ବିଧାୟକ ବୈଠକରେ ଦିଗମ୍ବର କାମାଥ୍ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ବୋଲି ଆଲୋଚନା ହୋଇଛି।
ପୂର୍ବରୁ ବିଜେପି ନେତା ଦୟାନନ୍ଦ ମନ୍ଦ୍ରକର କହିଥିଲେ କ ‘ଯଦି ମନୋହର ପାରିକର ସୁସ୍ଥ ଥାଆନ୍ତେ ତେବେ ଦଳକୁ ନୂଆ ପ୍ରାର୍ଥୀର କୌଣସି ଆବଶ୍ୟକତା ନଥିଲା। ତାଙ୍କ ଅବସ୍ଥା ଗୁରୁତର ହେବା ପରେ ଦଳ ବିକଳ୍ପ ଚିନ୍ତା କରୁଛି।’
ଏପଟେ ମୁଖ୍ୟମନ୍ତ୍ରୀ ପାରିକରଙ୍କର ସ୍ୱାସ୍ଥ୍ୟାବସ୍ଥା କ୍ରମେ ଅଧିକରୁ ଅଧିକ ସଂକଟାପନ୍ନ ହେଉଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିବା ପରେ ବିଜେପିର ବରିଷ୍ଠ କର୍ମକର୍ତ୍ତା ବିଜେପି ବିଧାୟକମାନଙ୍କୁ ଗୋଆ ଛାଡ଼ି କୁଆଡ଼େ ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/Digambar-Kamat-784x441.jpg)