ବେଙ୍ଗାଲୁରୁ: କର୍ଣ୍ଣାଟକର କଂଗ୍ରେସ ବିଧାୟକ ଏମ୍ଏନ୍ ହରିସଙ୍କ ପୁଅ ମହମ୍ମଦ ନଲାପଦ ବେଙ୍ଗାଲୁରରେ ଚାଲୁଥିବା ଆଇପିଏଲ୍ ମ୍ୟାଚ୍ରେ ଆଣ୍ଟି-ମୋଦୀ ସ୍ଲୋଗାନ ଦେଇ ବିବାଦରେ ଫସିଛନ୍ତି। ସେ ମୋଦୀ ବିରୋଧୀ ସ୍ଲୋଗାନ ଦେଉଥିବା ବେଳର ଏକ ଭିଡିଓ ସୋସିଆଲ୍ ମିଡିଆରେ ଘୂରିବାରେ ଲାଗିଛି।
ରବିବାର ବେଙ୍ଗାଲୁରୁ ଗ୍ରାଉଣ୍ଡ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍ସିବି) ଓ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ମହମ୍ମଦ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ଷେପ କରି ‘ଚୌକିଦାର ଚୋର୍ ହୈ’ ସ୍ଲୋଗାନ ଦେଇଥିଲେ।
ଅହମ୍ମଦ ନଲାପଦ ଏଥର ପ୍ରଥମ ଥର ପାଇଁ ବିବାଦରେ ନାହାନ୍ତି। ତାଙ୍କ ନାମରେ ପୂର୍ବରୁ ବି ବିବାଦ ରହିଛି। ତାଙ୍କ ନାମରେ ପୂର୍ବରୁ ହତ୍ୟା ଉଦ୍ୟମ ମାମଲା ରହିଛି। ତେବେ ଆଇପିଏଲ୍ ଗ୍ରାଉଣ୍ଡ୍ରେ ନିର୍ବାଚନୀ ପ୍ରଚାର ମହମ୍ମଦଙ୍କୁ ବିବାଦ ଘେର ଭିତରକୁ ଟାଣି ନେଇଛି।
ଗତବର୍ଷ ଫେବ୍ରୁଆରି ୧୯ ତାରିଖରେ ବେଙ୍ଗାଲୁର ଜଣେ ପ୍ରସିଦ୍ଧ ବ୍ୟବସାୟୀଙ୍କ ପୁଅ ଉପରେ ଆକ୍ରମଣ କରି ଅହମ୍ମଦ ନଲାପଦ ବିବାଦରେ ରହିଥିଲେ। ସେ ଘଟଣା ପରେ ସେ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦ ହରାଇ ବସିଥିଲେ।