ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେ ବି ଚୌକିଦାର’ ପ୍ରଚାର ଆରମ୍ଭ କରିବାର ମାତ୍ର ସପ୍ତା କେତେଟା ପରେ ଏବେ କଂଗ୍ରେସ ପକ୍ଷରୁ ତାକୁ ପରିହାସ କରାଯାଇ ‘ମେ ଭି ବେରୋଜଗାର’ ପ୍ରଚାର ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି କିପରି ଦେଶର ଯୁବକଙ୍କୁ ଚାକିରି ଦେବାରେ ଅସମର୍ଥ ହୋଇଛନ୍ତି ଏକ ଭିଡିଓ ଜାରି କରାଯାଇ କୁହାଯାଇଛି। ଭିଡିଓରେ ଭିନ୍ନ ଭିନ୍ନ ଗଣମାଧ୍ୟମର ଭିଡିଓ କ୍ଲିପ୍ ଦୃଶ୍ୟମାନ ହୋଇଛି। ବିଜେପି ଶାସନକୁ ଆସିବା ପରେ ଦେଶରେ ବେରୋଜଗାର ସମସ୍ୟା ବୃଦ୍ଧି ପାଇଛି ବୋଲି ଅନେକ ଜଣ କରୁଥିବାର ଦେଖିବାକୁ ମିଳିଛି।
କଂଗ୍ରେସ ଦଳର ଏବେ ନିର୍ବାଚନ ମନ୍ତ୍ର ସାଜିଛି ‘ବେରୋଜଗାର’ ପ୍ରଚାର ଭିଡିଓ। କଂଗ୍ରେସର ଅଫିସିଆଲ୍ ଟ୍ଵିଟର୍ ଆକାଉଣ୍ଟ୍ରେ ଉଲ୍ଲେଖ କରାଯାଇଛି ଯେ ‘ବିଜେପି ଯେତେ ବି ପ୍ରଚାର କରୁ। ମାତ୍ର ଯୁବମାନେ ଏହି କଥା ହିଁ କହିବେ ‘ମେ ଭି ବେରୋଜଗାର’।
Unemployment is the most pressing issue of our time, crores of young people have no jobs & no hope under the current govt. Modi can try & distract them with political gimmicks but the youth of India have one thing to say #MainBhiBerozgar pic.twitter.com/8s8OeJfDur
— Congress (@INCIndia) 30 March 2019
ଉଲ୍ଲେଖଯୋଗ୍ୟ, ରାଫେଲ୍ ଦୁର୍ନୀତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ‘ଚୌକିଦାର’ କହିବା ପରେ ଏହି ଶବ୍ଦକୁ ଧରି ନିର୍ବାଚନ ଖେଳ ଖେଳିଥିଲେ ମୋଦି। ସେ ‘ମେ ବି ଚୌକିଦାର’ ନାମରେ ଏକ ପ୍ରଚାର ଭିଡିଓ ଆରମ୍ଭ କରିଥିଲେ। ଏବେ ସେହି ଭିଡିଓର ଜବାବ ଦେଇ କଂଗ୍ରେସ ପକ୍ଷରୁ ‘ମେ ଭି ବେରୋଜଗାର’ ଭିଡିଓ ଜାରି କରାଯାଇଛି।