କଂଗ୍ରେସ ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ବି ୟୁପିଏକୁ ପଛରେ ପକାଇ ଦେଲା ଏନଡିଏ

ନୂଆଦିଲ୍ଲୀ: ଚଳିତ ଥର ମଧ୍ୟ ବିଭିନ୍ନ ସଂସ୍ଥା ଓ ଗଣମାଧ୍ୟମ ନିଜର ଏକଜିଟ ପୋଲ କରିଥିଲେ । କେବଳ ତାହା ନୁହେଁ,  ବିଭିନ୍ନ ଦଳ  ମଧ୍ୟ ନିଜନିଜର  ପ୍ରଦର୍ଶନ  ମାପିବାକୁ ଏକଜିଟ ପୋଲ କରିଥିଲେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ ଦଳ ପକ୍ଷରୁ ଏକ ଏକଜିଟ ପୋଲ କରାଯାଇଥିଲା । ଯାହାର ଫଳାଫଳ ଆସିଛି । ଏହା  ଅନୁସାରେ ଚଳିତ ଥର ଏନଡିଏ ୨୩୦ ସିଟରେ ବିଜୟୀ ହେଉଥିବା ବେଳେ ବିଜେପି ୨୦୦ ସିଟରେ ବିଜୟୀ ହେବାର ସମ୍ଭାବନା ରହିଛି । ତେବେ କଂଗ୍ରେସ ୧୪୦ ସିଟରେ ବିଜୟ ହେବା ବେଳେ ୟୁପିଏ ୧୯୫ ସିଟରୁ ଅଧିକ ସିଟରେ ଜିତିବ ।

ଏହାସହ ପାର୍ଟି ଆକଳନ କରିଛି ଯେ, ପଞ୍ଜାବ, ତାମିଲନାଡୁ, କେରଳରେ ଦଳ ଉତ୍ତମ ପ୍ରଦର୍ଶନ କରିବା ବେଳେ ବିହାର, ଛତିଶଗଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର , ଗୁଜୁରାଟ ,ହରିୟାଣା ଓ ଝାରଖଣ୍ଡରେ ଦଳ ବି ଭଲ ପ୍ରଦର୍ଶନ କରିବ । ଏହାସହ ଉତ୍ତରପ୍ରଦେଶରେ ୫, ଦିଲ୍ଲୀରେ ୨, ପଞ୍ଜାବ ୯, ଛତିଶଗଡ ୯, ଓଡ଼ିଶା ୨, ତେଲେଙ୍ଗାନା ୨, ଜାମ୍ମୁ-କାଶ୍ମୀରରେ ୨, ହିମାଚଳ-ପ୍ରଦେଶରେ ୧ ଏପରି ଭାବରେ ପ୍ରତ୍ୟେକ ରାଜ୍ୟରେ କେତେ ଆସନରେ ଦଳ ବିଜୟୀ ହେବ ତାହାକୁ ନେଇ ଏକ ଆକଳନ କରାଯାଇଛି । ତେବେ ଦଳ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ବିଭିନ୍ନ ନିର୍ବାଚନମଣ୍ଡଳୀର ୨୬୦ ପର୍ଯ୍ୟବେକ୍ଷକଙ୍କୁ ନେଇ କରାଯାଇଥିବା ଜଣାଯାଇଛି ।

କିନ୍ତୁ ଦକ୍ଷିଣ ଭାରତରେ ଆଶାନୁରୂପ ଫଳ ପାଇବ ବୋଲି କୁହାଯାଉଛି । ଦଳ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁସାରେ, ଏନଡିଏକୁ  ୨୦୦ ଆସନ ମିଳିବ । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ମହତ୍ୱପୂର୍ଣ୍ଣ, ଦେଶ ପାଇଁ ଲଢେଇ କରିଛନ୍ତି, ଏକଜିଟ ପୋଲକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ । ନିଜ ଉପରେ ଏବଂ ଦଳ ଉପରେ ବିଶ୍ୱାସ ରଖନ୍ତୁ । ଆମେମାନେ ମିଶିକି ଯେଉଁ କାମ ଅର୍ଥାତ ପରିଶ୍ରମ କରିଛନ୍ତି ତାହା କେବେ ବିଫଳ ହେବ ନାହିଁ ବୋଲି ରାହୁଲ କହିଛନ୍ତି । ତେବେ ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ତେବେ ସେହି ସମୟରେ ହିଁ ଜଣାପଡିବ କେତେ ଆସନରେ କିଏ ବିଜୟୀ ହେବ ।

ସମ୍ବନ୍ଧିତ ଖବର