ନୂଆଦିଲ୍ଳୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ୧୦ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଥିବା ଏହି ପ୍ରାର୍ଥୀମାନେ ହେଉଛନ୍ତି ବିହାର, ଜମ୍ମୁ-କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତାମିଲନାଡୁରୁ।
ଜାଣିବାକୁ ମିଳିଛି ଯେ ବିହାରର କିସନଗଞ୍ଜ ନିର୍ବାଚନ ମଣ୍ଡଳୀରୁ ମୋହଦ ଜାଭେଦ, କଟିହାରରୁ ତରିକ ଅନଓ୍ଵାର, ଓ ପୁର୍ଣ୍ଣିଆରୁ ନିର୍ବାଚନ ଲଢ଼ିବେ ଉଦୟ ସିଂହ।
Congress releases list of 10 candidates-Tariq Anwar to contest from Bihar's Katihar,BK Hariprasad to contest from Bengaluru South, Karti Chidambaram to contest from Tamil Nadu's Sivaganga & Suresh Dhanorkar to contest from Chandrapur in Maharashtra #LokSabhaElections2019pic.twitter.com/9RUbnkBQ2I
— ANI (@ANI) 24 March 2019
ସେହିପରି କଂଗ୍ରେସ ପକ୍ଷରୁ ଜମ୍ମୁ-କଶ୍ମୀରର ବରମୁଲା ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ପାଇଁ ଲଢ଼ିବେ ହାଜି ଫାରୁକ୍ ମିର୍।
କର୍ଣ୍ଣାଟକର ଦକ୍ଷିଣ ବେଙ୍ଗାଲୁରର କଂଗ୍ରେସର ଲୋକସଭା ପ୍ରାର୍ଥୀ ହେଉଛନ୍ତି ବି.କେ.ହରିପ୍ରସାଦ।
ମହାରାଷ୍ଟ୍ରର ଅକୋଲାରୁ ହିଦାୟତ ପଟେଲ, ରାମଟେକ୍ ଏସ୍ସିରୁ କିଶୋର ଉତ୍ତମରାଓ ଗଜଭିଏ, ଚନ୍ଦ୍ରପୁରରୁ ସୁରେଶ ଧନୋରକର ଓ ହିଙ୍ଗୋଲିରୁ ଶୁଭାଷ ଓ୍ଵାଙ୍କେଡେ ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ିବେ।
ସେହିପରି ତାମିଲନାଡୁ ଶିବଗଙ୍ଗାର ଲୋକସଭା ପ୍ରାର୍ଥୀ ଭାବେ କଂଗ୍ରେସ କାର୍ତ୍ତି ଚିଦାମ୍ବରମ୍ଙ୍କ ନାମ ଘୋଷଣା କରିଛି।