ଭୁବନେଶ୍ୱର: ଗୋପାଳପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ବର୍ଷିଲା କଂଗ୍ରେସ । ଗୋପାଳପୁର ଯାଇ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିବ ଏଆଇସିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଗୋପାଳପୁର ଗଣଦୁଷ୍କର୍ମ ଘଟଣାର ସତ୍ୟତା ଜାଣିବା ପାଇଁ ଓଡିଶା ପହଞ୍ଚିଛି ଏଆଇସିସିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ୫ଜଣିଆ ମହିଳା ସଦସ୍ୟଙ୍କ ଟିମରେ ରହିଛନ୍ତି ୩ ଜଣ ସାଂସଦ । ଦୀପା ଦାଶମୁନ୍ସୀଙ୍କ ଅଧ୍ୟକ୍ଷତାରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପ୍ରଥମେ ଗୋପାଳପୁର ଗସ୍ତ କରିଛନ୍ତି।
ଗଞ୍ଜାମ ଏସପି ଓ ଜିଲ୍ଲାପାଳଙ୍କୁ ଭେଟି ଦୁଷ୍କର୍ମ ଘଟଣାର ତଥ୍ୟ ସଂଗ୍ରହ କରିବେ । ମେଡ଼ିକାଲ ରିପୋର୍ଟ ଯାଞ୍ଚ କରିବା ସହ କାଉନସିଲରଙ୍କୁ ବି ଭେଟିବେ । ସେହିପରି କେନ୍ଦୁଝରର ପୀଡିତାଙ୍କୁ ଭେଟିବା ସହ ଜିଲ୍ଲା ପ୍ରଶାସନ ସହ କରିବେ ଆଲୋଚନା । ରାଜ୍ୟରେ ମହିଳା ଅସୁରକ୍ଷିତ କଥା ଉଠାଇଛି ଏଆଇସିସିର ପ୍ରତିନିଧି ଦଳ ।
ଗୋପାଳପୁର ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ମହିଳାମାନେ ଗଣ ଦୁଷ୍କର୍ମର ଶିକାର ହେଉଥିବା ବେଳେ ରାଜ୍ୟ ସରକାର କିଭଳି ଆଡମ୍ବର ସହ ଏକ ବର୍ଷ ପୂର୍ତ୍ତି ପାଳନ କରୁଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।