୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଖର୍ଚ୍ଚ କରିଛି ୮୨୦ କୋଟି ଟଙ୍କା

ନୂଆଦିଲ୍ଲୀ: ୨୦୧୯ ଲୋକସଭା ଏବଂ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ତେଲଙ୍ଗାନା, ଓଡ଼ିଶା ଏବଂ ସିକିମ୍‌ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପାର୍ଟି ୮୨୦ରୁ ଅଧିକ ଟଙ୍କା ବ୍ୟୟ କରିଛି।

୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଖର୍ଚ୍ଚ କରିଥିବା ଅର୍ଥ ଟ. ୫୧୬/- କୋଟି ଠାରୁ ଏହା ଢେର୍‌ ଅଧିକ। ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଖର୍ଚ୍ଚ କରିଥିଲା ୭୧୪ କୋଟି ଟଙ୍କା। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି କେତେ ଖର୍ଚ୍ଚ କରିଛି ଏ ପର୍ଯ୍ୟନ୍ତ ତାହାର ହିସାବ ଦାଖଲ କରିନାହିଁ।

Image Source: NBT

ଅକ୍ଟୋବର ୩୧ ତାରିଖ ଦିନ ନିର୍ବାଚନ କମିସନ୍‌ଙ୍କ ଠାରେ କଂଗ୍ରେସ ପାଟି ଦାଖଲ କରିଥିବା ବ୍ୟୟ ବିବରଣୀ ଅନୁସାରେ, ଦଳର ସାଧାରଣ ପ୍ରଚାର ପାଇଁ ୬୨୬. ୩ କୋଟି ଟଙ୍କା ଏବଂ ପ୍ରାର୍ଥୀମାନଙ୍କ ନିମନ୍ତେ ୧୯୩. ୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନିର୍ବାଚନ ଘୋଷଣା ଏବଂ ଶେଷ ମଧ୍ୟରେ ଦଳର ସମୁଦାୟ ନିର୍ବାଚନ ବାବଦ ଖର୍ଚ୍ଚ ହେଉଛି ୮୫୬ କୋଟି ଟଙ୍କା।

ଅନ୍ୟାନ୍ୟ ଦଳ ଦାଖଲ କରିଥିବା ଖର୍ଚ୍ଚ ମଧ୍ୟରେ ରହିଛି- ତୃଣମୂଳ କଂଗ୍ରେସ ଟ. ୮୩. ୬ କୋଟି, ବିଏସ୍‌ପି ଟ. ୫୫. ୪ କୋଟି, ଏନ୍‌ସିପି ଟ. ୭୨. ୩ କୋଟି ଏବଂ ସିପିଏମ୍‌ ଟ. ୭୩. ୧ ଲକ୍ଷ।

ସମ୍ବନ୍ଧିତ ଖବର