ନୟାଗଡ: ବନ୍ଧୁକରୁ ଗୁଳି କରି ଆତ୍ମହତ୍ଯା କଲେ କନେଷ୍ଟବଳ । ନୟାଗଡ ପୋଲିସ ବ୍ଯାରାକରେ ଘଟିଛି ଘଟଣା । ମୃତକ ହେଲେ କନେଷ୍ଟବଳ ସୁନିଲ୍ ସେଠୀ । ସୁନିଲଙ୍କ ଘର ଓଡଗାଁ ଥାନା ବେରୁହାଅଁବାରୀ ଗ୍ରାମରେ । ସୁନିଲ୍ ଦୁଇବର୍ଷ ହେଲା ପୋଲିସ ଚାକିରୀ କରିଥିଲେ ଏବଂ ଏସ୍ ପି ଅଫିସ୍ ନିକଟ ବ୍ଯାରାକରେ ରହୁଥିଲେ ।
ସେ ରହୁଥିବା ବାରାକ୍ ର ଛାତ ଉପରେ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଆଜି ସକାଳୁ ଦେଖିବାକୁ ମିଳିଥିଲା । ନିକଟରେ ତାଙ୍କର ନିଜର ରିଭଲଭର ପଡିଥିଲା । ବନ୍ଧୁକରେ ସୁନିଲ୍ ନିଜ ମୁଣ୍ଡର ଡାହାଣ ପଟକୁ ଗୁଳିକରିଛନ୍ତି ।
ଗୁଳିଟି ମୁଣ୍ଡର ବାମପଟେ ବାହାରିଯାଇଛି । ଛାତର ପାଣିଟାଙ୍କି ପାଖରେ ତାଙ୍କର ମୃତଦେହ ପଡିଥିଲା । ଗତ ଜାନୁଆରୀ ୨୫ତାରିଖରେ ସେ ଭଲ ପାଉଥିବା ଯୁବତୀଙ୍କ ସହିତ ନିର୍ବନ୍ଧ ହୋଇଥିଲା । କିଛି ଦିନ ପରେ ବାହାଘର ହୋଇଥାନ୍ତା । ଏହାପୂର୍ବରୁ ସୁନିଲ୍ କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/11/01/firing-2025-11-01-21-44-39.jpg)