ସୋର: ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସହରାଞ୍ଚଳର ଅନୁଭୂତି ଓ ସୁବିଧା ଦେବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି। ଏଥିମଧ୍ୟରୁ ପ୍ରତି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇ ଗ୍ରାମାଞ୍ଚଳର ଲୋକମାନେ ସହଜ ଓ ସୁବିଧାରେ ବାହାଘର,ବ୍ରତଘର ଓ ଅନ୍ୟାନ୍ୟ ସାମୁହିକ ମାଙ୍ଗଳିକ କର୍ମ ଓ ବିଭିନ୍ନ ସାମୁହିକ ବୈଠକ କରିପାରିବାର ଉଦ୍ଦେଶ୍ୟ ନେଇ ଏହି କଲ୍ୟାଣ ମଣ୍ଡପ ଯୋଜନା ଆରମ୍ଭ କରାଯାଇଥିଲା। ତେବେ ସରକାର ଯେଉଁ ଉଦ୍ଦେଶ୍ୟରେ ଏହି ଯୋଜନା କରିଥିଲେ ତାହା ଏବେ ଫେଲ ମାରିଥିବା କୁହାଯାଉଛି। କାରଣ କାର୍ଯ୍ୟାଦେଶକୁ ୯ ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ବି ଅଧାରୁ ଅଧିକ କଲ୍ୟାଣ ମଣ୍ଡପ କାମ ଏବେବି ଆରମ୍ଭ କରାଯାଇ ନାହିଁ। ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି ସୋର ବ୍ଲକରେ।
ସୋର ବ୍ଲକରେ ୨୪ ଟି ପଂଚାୟତ ମଧ୍ୟରୁ ୨୦୧୬-୧୭ରେ ମାଣିପୁର, ନଦୀଗାଁ, ସବିରା, ଦହିସଡା, ଗୋପୀନାଥପୁର, ତଳନଗର, ମହୁମୁହାଣ, ୨୦୧୮-୧୯ରେ ପାଖର,ତେଣ୍ଟେଇ ଓ ୨୦୧୯-୨୦ରେ ସାଜନପୁର ପଞ୍ଚାୟତକୁ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଚତୁର୍ଥ ଅର୍ଥ କମିସନରୁ ୨୦ ଲକ୍ଷ ଓ ମନରେଗାରୁ ୧୫ ଲକ୍ଷ ସମୁଦାୟ ୩୫ ଲକ୍ଷ ଟଙ୍କା ବ୍ୟୟ ବରାଦ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ମାତ୍ର ଏଥିମଧ୍ୟରୁ ଦହିସଡା ଓ ଗୋପୀନାଥପୁର କଲ୍ୟାଣ ମଣ୍ଡପ କାମ ଶେଷ ହୋଇ ଲୋକମାନଙ୍କ ଉଦେଶ୍ୟରେ ବ୍ୟବହାର ଉପଯୋଗୀ ହୋଇଥିବା ବେଳେ ନଦୀଗାଁରେ ଶେଷ ଅବସ୍ଥାରେ ଓ ମାଣିପୁରରେ ଅର୍ଧନିର୍ମିତ ଅବସ୍ଥାରେ ପଡିରହିଛି। ମାତ୍ର ସବିରା,ତଳନଗର,ମହୁମହାଣ,ପାଖର ତେଣ୍ଟେଇ ଓ ସାଜନପୁରରେ ଏବେବି ଇଟା ଖଣ୍ଡିଏ ପଡ଼ିପରିନାହିଁ।

ଏଠାରେ ପ୍ରଶ୍ନ ଉଠେ ମାତ୍ର ଦୁଇଟି ପଞ୍ଚାୟତରେ କାମ ଶେଷ କରାଯାଇ ଲୋକମାନଙ୍କ ଉଦେଶ୍ୟରେ ବ୍ୟବହାର ଉପଯୋଗୀ ହୋଇଥିବା ବେଳେ ଅନ୍ୟ ପଞ୍ଚାୟତରେ ଏପରି ଅବସ୍ଥା କାହିଁକି କେଉଁ କାରଣରୁ ୮ ବର୍ଷ ଧରି ଏହି କାମ ଅଟକି ରହିଛି। ଏନେଇ ମାଣିପୁର ସରପଞ୍ଚ ସରୋଜ କୁମାର ମହାପତ୍ରଙ୍କୁ ଯୋଗାଯୋଗ କରିବାରୁ ଯେତିକି ଟଙ୍କା ଆସିଥିଲା ସେଥିରେ କାମ କରାଯାଇଛି। ବାକି ଟଙ୍କା ଏଯାଏଁ ଆସିନାହିଁ। ୨୦୧୭-୧୮ ରେ ଏହି କାମର ଯେଉଁ ବଜେଟ ୩୫ ଲକ୍ଷ ଥିଲା ଏବେକା ସମୟରେ ତାର ମୂଲ୍ୟ ବହୁଗୁଣ ବଢ଼ିଗଲାଣି। ପୂର୍ବରୁ ୭୦ ହଜାର ଟଙ୍କାରେ ଇନ୍ଦିରା ଆବାସ ମିଳୁଥିବା ବେଳେ ବର୍ତ୍ତମାନ ତାହା ୨ ଲକ୍ଷ ହେଲାଣି। ସେହି ଅନୁପାତରେ ଏହି କମର ଅଟକଳ ମୂଲ୍ୟ ବର୍ଦ୍ଧିତ ହୋଇ ଆସିଲେ କାମ ହେବ ବୋଲି କହିଥିଲେ। ସୋର ବିଡିଓ ସତ୍ୟନାଥ ନାୟକଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା।