ରାଉରକେଲା: ରାଉରକେଲା ମୁଖ୍ୟବଜାରଠୁ ଆରମ୍ଭକରି କଲୋନି ପର୍ଯ୍ୟନ୍ତ ସବୁଠି ବିଲ୍ଡିଂ ପ୍ଲାନିଂକୁ ଫୁଃ କରିଦିଆଯାଉଛି। ବହୁତଳ ବ୍ୟବସାୟିକ ଅନୁଷ୍ଠାନ ହେଉ ଅବା ଗୃହ ତ୍ରୁଟି ପରିଲକ୍ଷିତ ହେଉଛି। ଏମିତିକି କିଛି ସ୍ଥାନରେ ଫୁଟ୍ପାଥକୁ ମାଡ଼ିବସି ନିର୍ମାଣ କାମ କରାଯାଉଛି। ଆର୍ଏମ୍ସିର ଏନ୍ଫୋର୍ସମେଣ୍ଟ ଟିମ୍ ଆସୁଛନ୍ତି। ସବୁ ଦେଖିଲା ପରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେଠାରୁ ଚାଲି ଯାଉଛନ୍ତି। ଯାହାର ଫାଇଦା ଉଠାଉଛନ୍ତି ପ୍ଲାନିଂ ଭଙ୍ଗକାରୀ ବ୍ୟବସାୟୀ ଓ ଗୃହକର୍ତ୍ତା। ଜିଲ୍ଲା ପ୍ରଶାସନ ଆଖିରେ ଅଙ୍ଗୁଳି ଗେଞ୍ଜି ଦିନଦ୍ବିପ୍ରହରରେ ବହୁତଳ କୋଠାଗୁଡ଼ିକ ନିର୍ମାଣ ଚାଲୁଛି। ଅବଶ୍ୟ, ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ନିୟମଭଙ୍ଗ କରୁଥିବା କିଛି ନିର୍ମାଣାଧୀନ ବ୍ୟବସାୟିକ ଅନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ଯାହା କେବଳ ନୋଟିସ୍ରେ ସୀମିତ ରହିଛି। ନିକଟରେ ପାନପୋଷରୋଡ଼ରେ ବହୁତଳ ଗାଡି ସୋ’ରୁମ୍ ନିର୍ମାଣ ହେଉଥିଲା। ଜନଗହଳିପୂର୍ଣ୍ଣ ମୁଖ୍ୟରାସ୍ତାରେ ନିର୍ମାଣ ହେଉଥିବାରୁ ଆର୍ଏମ୍ସି ବନ୍ଦ ନୋଟିସ୍ ଜାରି କରିଥିଲା। ନୋଟିସ୍ ଜାରି ସତ୍ବେ ନିର୍ମାଣକାମ ବନ୍ଦ ହୋଇନଥିଲା। ନିର୍ମାଣ କାମ ସରିବା ପରେ ସେଠାରେ ସୋ’ରୁମ୍ ଉଦ୍ଘାଟନ ହୋଇଗଲା। ହେଲେ ଆର୍ଏମ୍ସି କିମ୍ବା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବା ସହରବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ସହରର ମୁଖ୍ୟ ରାସ୍ତାରେ ବହୁତଳ ବ୍ୟବସାୟିକ ଅନୁଷ୍ଠାନ ନିର୍ମାଣବେଳେ ପ୍ଲାନିଂ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପ୍ରଶାସନର ସ୍ପଷ୍ଟ ନିର୍ଦେଶ ରହିଛି।
ଉଦିତନଗର -କଚେରିରୋଡ଼ ମୁଖ୍ୟ ରାସ୍ତା ପାର୍ଶ୍ବରେ ନିର୍ମାଣାଧୀନ ବହୁତଳ କୋଠା ପ୍ଲାନିଂ ନିୟମକୁ ଠିକ୍ ଭାବେ ପାଳନ କରୁ ନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଏଭଳି ନିର୍ମାଣକାରୀ ସଂସ୍ଥାର ମାଲିକ ଫୁଟ୍ପାଥକୁ ସମ୍ପୂର୍ଣ୍ଣ ମାଡ଼ିବସିଛନ୍ତି। ଫୁଟ୍ପାଥ ଉପରେ ବାଲି, ଚିପ୍ସ, ଇଟା ଆଦି ଗଦା ହୋଇଛି। ଯାହା ଯାତାୟାତରେ ବାଧା ସୃଷ୍ଟି କରୁଛି। କେବଳ ଏତିକି ନୁହେଁ, ଏସ୍ଟିଆଇ ଛକରୁ ଆଇଟିଆଇ ଛକ ପର୍ଯ୍ୟନ୍ତ ଅନେକ ବ୍ୟବସାୟିକ ଅନୁଷ୍ଠାନ ମୂଲ୍ୟବାନ୍ ସରକାରୀ ଜମିକୁ ମାଡ଼ିବସିଛନ୍ତି। ଏସ୍ଟିଆଇ ମାର୍କେଟରେ ଭିତିରି ସଲାସୁତୁରା କରି ଦୁଇମହଲା ବିଲ୍ଡିଂ ନିର୍ମାଣ କରିଛନ୍ତି। ଦୋକାନ ପାଇଥିବା ଅନ୍ୟ ବ୍ୟବସାୟୀଙ୍କୁ ପ୍ଲାନିଂ ମିଳୁ ନଥିଲାବେଳେ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ କେମିତି ମିଳିଲା, ତା’ର ତଦନ୍ତ ହେବାର ଆବଶ୍ୟକତା ରହିଛି। ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି କହିଛନ୍ତି, ପାର୍କିଂ ସମସ୍ୟା ସହରରେ ଦିନକୁ ଦିନ ଜଟିଳ ହେଉଛି।

ଯେଉଁମାନେ ଏଭଳି ବେଆଇନ କାମ କରୁଛନ୍ତି, ମୋହନ ସରକାର ତାଙ୍କ ଉପରେ ନଜର ରଖିଛି। ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନେବେ। ପୂର୍ବତନ ନଗରପାଳ ନିହାର ରାୟ କହିଛନ୍ତି, ଯେଉଁମାନେ ବହୁତଳ କୋଠା ନିର୍ମାଣ କରୁଛନ୍ତି, ସେମାନେ ପ୍ଲାନିଂ ନିୟମକୁ ପାଳନ କରିବା ଦରକାର। ଯେଉଁମାନେ ଏଭଳି ନିୟମବିରୋଧୀ କାମ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲେ, ଅନ୍ୟମାନେ ଏଭଳି କାମ କରିବାକୁ ଭୟ କରିବେ। ସହରର ପ୍ଲାନିଂ ବିଭାଗର ମୁଖ୍ୟ ସାରଙ୍ଗ ପଟେଲ କହିଛନ୍ତି, ଅଭିଯୋଗ ଆସିଲେ, ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବ। ପ୍ଲାନିଂ କଡ଼ାକଡ଼ି ଭାବେ ପାଳନ କରିବାକୁ ବହୁତଳକୋଠା ନିର୍ମାଣକାରୀଙ୍କୁ ତାଗିଦ୍ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/03/SoTQ7RIWuUWvACj62CoC.jpg)