କଟକ: ମା କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ପ୍ରକଳ୍ପ ଅନ୍ତର୍ଗତ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ୨୦୨୬, ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଚଣ୍ଡୀ ମନ୍ଦିର ଉନ୍ନତିକରଣ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଅବ୍ୟବସ୍ଥା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାରେ ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ୍ ଲିମିଟେଡ୍ (ଓବିସିସି) ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ ସମଗ୍ର ନିର୍ମାଣ କାର୍ଯ୍ୟ ୨୦୨୬, ମାର୍ଚ୍ଚ ସୁଦ୍ଧା ସଂପୂର୍ଣ୍ଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ମୁଖ୍ୟ ମନ୍ଦିର, ଚଣ୍ଡୀ ପାଠ, ପୂର୍ବ ଦ୍ୱାର, ଯଜ୍ଞ ମଣ୍ଡପ ଆଦି ବ୍ୟତୀତ ଅନ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ନେଇ ଓବିସିସି ପକ୍ଷରୁ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ପୂର୍ବତନ ଏଏସଆଇ ନିର୍ଦ୍ଦେଶକ, ପୂର୍ବତନ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ, ଓଡ଼ିଶାର ଅର୍କିଓଲୋଜି ଅଧୀକ୍ଷକ ଓ ନିର୍ଦ୍ଦେଶକଙ୍କୁ ନେଇ ଏକ ବୈଷୟିକ କମିଟି ଗଠନ କରାଯାଇଛି। ଚଣ୍ଡି ମନ୍ଦିର ପ୍ରକଳ୍ପ ଅଧିନରେ କରାଯାଉଥିବା ନିର୍ମାଣର ତଦାରଖ ଏହି କମିଟି କରୁଛି। କମିଟି ଅନୁମୋଦନରେ ଓ ତଦାରଖରେ ସମସ୍ତ ନିର୍ମାଣ କାର୍ଯ୍ୟ କରାଯାଉଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଶୁଣାଣି ସମୟରେ ଜଣେ ଶ୍ରଦ୍ଧାଳୁ ମନୋଜ କୁମାର ପତି ଇଣ୍ଟରଭେନର ଭାବେ ଦର୍ଶାଇଥିଲେ ଯେ ଚଣ୍ଡୀ ମନ୍ଦିରକୁ ସଂଯୁକ୍ତ କରୁଥିବା ରାସ୍ତା ବହୁତ ଅଣଓସାରିଆ ରହିଥିବାରୁ ଏହାର ସଂପ୍ରସାରଣ କରାଯିବା ଉଚିତ। ରାସ୍ତା ସଂପ୍ରସାରିତ ହେଲେ ଉତ୍ସବ, ପୂଜା ପାର୍ବଣ ସମୟରେ ଭକ୍ତମାନଙ୍କ ପାଇଁ ସୁବିଧା ହେବ ଓ ଦଳାଚକଟା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ। ଉପଲବ୍ଧ ଜମି ରାସ୍ତା ସଂପ୍ରସାରଣ କାର୍ଯ୍ୟରେ ବ୍ୟବହାର କରାଯିବା ପ୍ରସଂଗରେ ବିଚାର କରି କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଧାର୍ଯ୍ୟ ସମୟ ତଥା ୨୦୨୬ ମାର୍ଚ୍ଚ ସୁଦ୍ଧା ସମଗ୍ର କାର୍ଯ୍ୟ ଶେଷ କରିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମା’ କଟକ ଚଣ୍ଡୀ ମନ୍ଦିର ସୁରକ୍ଷା କମିଟି ଉପସଭାପତି ସୁକାନ୍ତ ମହାନ୍ତି ଓ ସଂପାଦକ ଦେବାଶିଷ ରାଉତଙ୍କ ତରଫରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
୨୦୨୨, ମେ ୧୯ରେ ଏହି କାର୍ଯ୍ୟ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୭୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି ପ୍ରକଳ୍ପ ପାଇଁ ଓବିସିସିକୁ ଦାୟିତ୍ବ ଦିଆଯାଇଥିଲା। ବାସ୍ତୁଶାସ୍ତ୍ର ଅନୁସାରେ ଏହି କାର୍ଯ୍ୟ କରାଯାଉ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ତିନି ବର୍ଷ ହେବ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ପାରିନାହିଁ। ପ୍ରକଳ୍ପର ବିସ୍ତୃତ ରିପୋର୍ଟ ପ୍ରକାଶ କରାଯାଉ ନାହିଁ। ନିଗମ ତରଫରୁ ସବ୍-କଂଟ୍ରାକ୍ଟରଙ୍କୁ ଏହି କାମରେ ନିୟୋଜିତ କରାଯାଇଛି। ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ନିର୍ମାଣ ସାମଗ୍ରୀ ନିମ୍ନମାନର ବୋଲି ଅଭିଯୋଗ ରହିଛି। କାର୍ଯ୍ୟ ଆରମ୍ଭ ବେଳେ ସେଠାରେ ଦୋକାନ କରିଥିବା ବ୍ୟକ୍ତିଙ୍କୁ ନୂଆ ଦୋକାନ ଘର ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା ବେଳେ ତାହା ପାଳନ କରାଯାଇ ନାହିଁ। ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୨, ମେ ୧୯ରେ ଏହି କାର୍ଯ୍ୟ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୭୦ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି ପ୍ରକଳ୍ପ ପାଇଁ ଓବିସିସିକୁ ଦାୟିତ୍ବ ଦିଆଯାଇଥିଲା। ବାସ୍ତୁଶାସ୍ତ୍ର ଅନୁସାରେ ଏହି କାର୍ଯ୍ୟ କରାଯାଉ ନାହିଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ତିନି ବର୍ଷ ହେବ କାମ ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ପାରିନାହିଁ। ପ୍ରକଳ୍ପର ବିସ୍ତୃତ ରିପୋର୍ଟ ପ୍ରକାଶ କରାଯାଉ ନାହିଁ। ନିଗମ ତରଫରୁ ସବ୍-କଂଟ୍ରାକ୍ଟରଙ୍କୁ ଏହି କାମରେ ନିୟୋଜିତ କରାଯାଇଛି। ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ନିର୍ମାଣ ସାମଗ୍ରୀ ନିମ୍ନମାନର ବୋଲି ଅଭିଯୋଗ ରହିଛି। କାର୍ଯ୍ୟ ଆରମ୍ଭ ବେଳେ ସେଠାରେ ଦୋକାନ କରିଥିବା ବ୍ୟକ୍ତିଙ୍କୁ ନୂଆ ଦୋକାନ ଘର ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା ବେଳେ ତାହା ପାଳନ କରାଯାଇ ନାହିଁ। ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି। ଏ ନେଇ ଗତ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ, କଟକ ଜିଲ୍ଲାପାଳ ଓ ଅନ୍ୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହି କାର୍ଯ୍ୟର ତଦନ୍ତ କରାଯାଉ ଓ ଯଥାଶୀଘ୍ର ସଂପୂର୍ଣ୍ଣ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/05/31/AHrIWRi0nUB2qMMsIlHQ.jpg)