କାଲିମେଳା: ମାତ୍ର ୫ ହଜାର ଟଙ୍କା ପାଇଁ ଜଣେ ଠିକାଦାର ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପ୍ରଥମେ ଅପହରଣ ଓ ପରେ ହତ୍ୟା କରିଥିବା ପରି ସଂଗୀନ ଅଭିଯୋଗ ମୋଟୁ ଥାନାରେ ହୋଇଛି| ଅଭିଯୋଗ ପାଇବା ପରେ ମୋଟୁ ପୁଲିସ ଠିକାଦାର ଓ ତାଙ୍କର ଜଣେ ସହଯୋଗୀଙ୍କୁ ଥାନାରେ ଅଟକ ରଖି ଅନୁସନ୍ଧାନ ଆରମ୍ଭ କରିଥିବାର ସୂଚନା ମିଳିଛି|
ମୋଟୁ ଥାନା ଅନ୍ତର୍ଗତ ଏମପିଭି ୮୧ ଗ୍ରାମର ଠିକାଦାର ଅନନ୍ତ ହାଲଦାର ଓ ସହ ଯୋଗୀ ସୁଜିତ ରାୟ ଶୁକ୍ରବାର ଅପରାହ୍ନ ୫ଟା ସମୟରେ ଏମପିଭି -୧୦ ଗ୍ରାମକୁ ଆସି ବାପି ମଣ୍ଡଳ ନାମକ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଘରୁ ଜୋର ଜବରଦସ୍ତ ହାତ ବାନ୍ଧି ଏକ ବାଇକରେ ନିଜ ଘରକୁ ଅପହରଣ କରି ନେଇଯାଇଥିଲେ | ତେବେ ଶନିବାର ସକାଳୁ ବାପି ମରିଯାଇଛି ବୋଲି ଠିକାଦାର ଜଣଙ୍କ ଏମପି ଭି- ୧୦ ଗ୍ରାମର ଗାଁ ସଭାପତିଙ୍କୁ ଜଣାଇଥିଲେ |

ଏହାପରେ ମୃତ ଯୁବକଙ୍କ ଅଜା ମୋଟୁ ଥାନାରେ ମୋ ନାତିକୁ ଠିକାଦାର ମାତ୍ର ୫ ହଜାର ଟଙ୍କା ପାଇଁ ଅପହରଣ କରି ହତ୍ୟା କରିଥିବାର ଅଭିଯୋଗ କରିଥିଲେ। ମୃତ ଯୁବକ ଜଣଙ୍କ ଠିକାଦାର ନିକଟରେ ରହି ଆନ୍ଧ୍ର ପ୍ରଦେଶରେ ଦାଦନ ଖଟୁଥିଲା| ମୃତ ଯୁବକ ଜଣଙ୍କ ୫ ହଜାର ଟଙ୍କା ଅଗ୍ରିମ ଆଣିଥିଲେ ମଧ୍ୟ ଆଉ ପରିଶୋଧ କରି ପାରି ନଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/08/03/new-prowr-2025-08-03-15-07-54.jpg)