ରାଉରକେଲା: କିଛି ଠିକାକର୍ମଚାରୀଙ୍କ ପାଇଁ ବଦନାମ ହେଉଛି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)। ପ୍ରତ୍ୟେକ ବିଭାଗରେ କାର୍ଯ୍ୟକରୁଥିବା ଠିକାକର୍ମଚାରୀଙ୍କ ମଧ୍ୟରୁ ଏଭଳି ବେଆଇନ କାମ କରୁଥିବା କିଛି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି। ବରଂ ଉପରିସ୍ଥ ଅଧିକାରୀ ସେମାନଙ୍କ ଦୁର୍ନୀତି ଘଣ୍ଟ ଘୋଡାଉଛନ୍ତି। ନକଲି ଡାକ୍ତର ଓ ନର୍ସ ଘଟଣା ପରେ ଦୁର୍ନୀତିରେ ଲିପ୍ତ ଥିବା ତତ୍କାଳୀନ ହସ୍ପିଟାଲ ମୋହିତ ଶ୍ରୀବାସ୍ତବଙ୍କୁ ଚାକିରିରୁ ବିଦା କରିବା ପରେ ମଧ୍ୟ ଡାକ୍ତରଖାନାର ଅଧିକାରୀ ଚେତିଲେନି। ନିକଟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଅଧୀନରେ ନିଯୁକ୍ତି ହୋଇଥିବା ଆକାଉଣ୍ଟାଣ୍ଟ ଭାଗୀରଥି ସାହୁ ପ୍ରାୟ ୧୨ ଲକ୍ଷ ଟଙ୍କା ଆତ୍ମସାତ୍‌ କରି ଚାଲିଯାଇଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ କେବଳ ଥାନାରେ ଲିଖିତ ଅଭିଯୋଗ କରି କାମ ସାରିଦେଇଛନ୍ତି। ଅଦ୍ୟାବଧି ଭାଗିରଥୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଭାଗିରଥୀଙ୍କ କାମ ତଦାରଖ କରୁଥିବା ଉପରିସ୍ଥ ଅଧିକାରୀଙ୍କୁ କାହିଁକି ଏଯାଏ ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ, ତାକୁନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ଯଦି ଏବେଠୁ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ନ ଚେତିଲେ, ଆଗାମୀ ଦିନରେ ମୋହିତ, ଭାଗୀରଥିଙ୍କ ପରି ଅନେକ ଠିକାକର୍ମଚାରୀ ଏଭଳି ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି କରି ଚାଲିବେ। ସେପଟେ ଆର୍‌ଜିଏଚ୍‌ର ଗୋଟିଏ ପରେ ଦୁର୍ନୀତି ପଦାକୁ ଆସୁଥିଲେ ହେଁ,  ସାଂସଦ ଓ ବିଧାୟକ ଚୁପ୍‌ ରହିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଲ୍ଲେଖଯୋଗ୍ୟ, ଆର୍‌ଜିଏଚ୍‌ରେ ପ୍ରାୟ  ୬୦୦ରୁ ଅଧିକ ସ୍ଥାୟୀ ଓ ଠିକା କର୍ମଚାରୀ କାମ କରୁଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୪୨୬ କର୍ମଚାରୀ ହେଉଛନ୍ତି ଆଉଟ୍‌ସୋର୍ସିଂ ସଂସ୍ଥାର। ୫ଟି ସଂସ୍ଥା ପକ୍ଷରୁ ଏମାନେ ଆର୍‌ଜିଏଚ୍‌ର ବିଭିନ୍ନ ବିଭାଗରେ ନିଯୁକ୍ତି ହୋଇଛନ୍ତି। ସର୍ବାଧିକ କର୍ମଚାରୀ ଡିଏମ୍‌ଏଫ୍‌ ଅଧୀନରେ କାମ କରୁଛନ୍ତି। କିଛି ଆଉଟ୍‌ସୋର୍ସିଂ ସଂସ୍ଥାର ଅବଧି ସରିଥିଲେ ହେଁ, କାମ କରୁଛନ୍ତି। ସେମାନଙ୍କୁ ହଟାଇବା ପରିବର୍ତ୍ତେ ଭିତିରି ସଲାସୁତୁରା କରି ପୁଣି କାମ ଦିଆଯାଉଛି। ପ୍ରାୟ ୨ ବର୍ଷ ଧରି ତିନିଟି ସଂସ୍ଥାକୁ ହଟାଇ ନୂଆ ଠିକାସଂସ୍ଥାକୁ କାମ ଦିଆଯିବ ବୋଲି କୁହାଯାଉଛି। ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ।

ଯଦି ଏବେଠୁ ଆର୍‌ଜିଏଚ୍‌ କର୍ତ୍ତୃପକ୍ଷ ନ ଚେତିଲେ, ଆଗାମୀ ଦିନରେ ମୋହିତ, ଭାଗୀରଥିଙ୍କ ପରି ଅନେକ ଠିକାକର୍ମଚାରୀ ଏଭଳି ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି କରି ଚାଲିବେ। ସେପଟେ ଆର୍‌ଜିଏଚ୍‌ର ଗୋଟିଏ ପରେ ଦୁର୍ନୀତି ପଦାକୁ ଆସୁଥିଲେ ହେଁ,  ସାଂସଦ ଓ ବିଧାୟକ ଚୁପ୍‌ ରହିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉଲ୍ଲେଖଯୋଗ୍ୟ, ଆର୍‌ଜିଏଚ୍‌ରେ ପ୍ରାୟ  ୬୦୦ରୁ ଅଧିକ ସ୍ଥାୟୀ ଓ ଠିକା କର୍ମଚାରୀ କାମ କରୁଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୪୨୬ କର୍ମଚାରୀ ହେଉଛନ୍ତି ଆଉଟ୍‌ସୋର୍ସିଂ ସଂସ୍ଥାର। ୫ଟି ସଂସ୍ଥା ପକ୍ଷରୁ ଏମାନେ ଆର୍‌ଜିଏଚ୍‌ର ବିଭିନ୍ନ ବିଭାଗରେ ନିଯୁକ୍ତି ହୋଇଛନ୍ତି। ସର୍ବାଧିକ କର୍ମଚାରୀ ଡିଏମ୍‌ଏଫ୍‌ ଅଧୀନରେ କାମ କରୁଛନ୍ତି। କିଛି ଆଉଟ୍‌ସୋର୍ସିଂ ସଂସ୍ଥାର ଅବଧି ସରିଥିଲେ ହେଁ, କାମ କରୁଛନ୍ତି। ସେମାନଙ୍କୁ ହଟାଇବା ପରିବର୍ତ୍ତେ ଭିତିରି ସଲାସୁତୁରା କରି ପୁଣି କାମ ଦିଆଯାଉଛି। ପ୍ରାୟ ୨ ବର୍ଷ ଧରି ତିନିଟି ସଂସ୍ଥାକୁ ହଟାଇ ନୂଆ ଠିକାସଂସ୍ଥାକୁ କାମ ଦିଆଯିବ ବୋଲି କୁହାଯାଉଛି। ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। କିଛି ବିଭାଗରେ ଆବଶ୍ୟକତାଠାରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ଅକ୍ସିଜେନ୍‌ ପ୍ଲାଣ୍ଟ ବନ୍ଦ ପଡିଥିବାବେଳେ ୪ ଜଣ ଅପରେଟର କେଉଁଠି କାମ କରୁଛନ୍ତି, ତାକୁ ନେଇ ସନ୍ଦେହ ଉପୁଜିଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ‌ଦେବାର ଆବଶ୍ୟକତା ରହିଛି।