ରାଉରକେଲା: ଆଜି (ବୁଧବାର) ସହରରେ ବାହାରିବାକୁ ଯାଉଛି ବିଶ୍ବରେକର୍ଡରେ ସ୍ଥାନ ପାଇବାକୁ ଥିବା ଲଡୁ ଶୋଭାଯାତ୍ରା। ଛେଣ୍ଡ ମେ’ଫେୟାର ହକି ଭିଲେଜରୁ ଶୋଭାଯାତ୍ରା ବାହାରି ଛେଣ୍ଡ ଛକ, ବାସନ୍ତୀକଲୋନି ଡିଏଭି ଛକ ଦେଇ ହନୁମାନବାଟିକାରେ ପହଞ୍ଚିବ। ଆୟୋଜକ ସଂସ୍ଥା ‘ସନାତନ ଜାଗରଣ ମଞ୍ଚ’ ଲଡ଼ୁ ତିଆରି ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲା ଗୋଟିଏ କଥା। ଏବେ ନିଜର ମତ ବଦଳାଇ ଅନ୍ୟ କଥା କହୁଥିବାରୁ ବିଶ୍ବରେକର୍ଡରେ ସ୍ଥାନ ପାଇବାକୁଥିବା ଲଡ଼ୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ଆନ୍ଧପ୍ରଦେଶର ୨୯ ହଜାର ୪୬୫ କେଜିର ଲଡୁ ଗିନିଜ୍ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇସାରିଛି। ତେଣୁ ସନାତନ ଜାଗରଣ ମଞ୍ଚ ପକ୍ଷରୁ ତିଆରି ହୋଇଥିବା ୨୨ ହଜାର କେଜିର ଲଡୁ କେମିତି ଗିନିଜ୍ବୁକ୍ରେ ସ୍ଥାନ ପାଇବ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।
ଆୟୋଜକ ସଂସ୍ଥା ନିଜର ମତ ବଦଳାଇ କହିଛନ୍ତି ୨୨ ହଜାର କେଜି ନୁହେଁ, ୧୫ରୁ ୧୬ ହଜାର କେଜିର ଲଡୁ ତିଆରି ହେଉଛି। ଏଭଳି ଭବ୍ୟ ଆୟୋଜନକୁ ସହରବାସୀ ସ୍ବାଗତ କରିଛନ୍ତି। ହେଲେ ଆୟୋଜନ ପାଇଁ ଆବଶ୍ୟକ ଅର୍ଥ ସଂସ୍ଥା ନାଁରେ ସଂଗ୍ରହ କରା ନଯାଇ, ଜଣେ ବ୍ୟକ୍ତିଙ୍କ ନାଁରେ ସଂଗ୍ରହ କରାଯିବାକୁ ସନ୍ଦେହ ପ୍ରକାଶ କରିଛନ୍ତି ରାହୁଲ ମହାନ୍ତି। ସେ କହିଛନ୍ତି,ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ହେଲେ ଗିନିଜ୍ବୁକ୍ ନାଁରେ ସହରବାସୀଙ୍କୁ ଯେଉଁ ଭୁଲ୍ ଧାରଣା ଦିଆଯାଉଛି, ତାହା ଆଦୌ ଠିକ୍ ନୁହେଁ। ସନାତନ ଜାଗରଣ ମଞ୍ଚ ନାଁରେ ‘କ୍ୟୁଆର୍ କୋଡ୍’ ନ କରି ବ୍ୟକ୍ତିଗତ ନାଁରେ ଚାନ୍ଦା ଆଦାୟ କରାଯିବା କେତେଦୂର ଯୁକ୍ତିଯୁକ୍ତ। ସନାତନ ଧର୍ମ ନାଁରେ ସହବାସୀଙ୍କୁ ଏଭଳି ବିଭ୍ରାନ୍ତିକର ତଥ୍ୟ ଦେବା ଆଦୌ ଠିକ୍ ନୁହେଁ। ଏଥିରୁ ଆୟୋଜକ ସଂସ୍ଥା କ୍ଷାନ୍ତ ରହିବା ଦରକାର।
ଏବେ ଆୟୋଜକ ସଂସ୍ଥା ନିଜର ମତ ବଦଳାଇ କହିଛନ୍ତି ୨୨ ହଜାର କେଜି ନୁହେଁ, ୧୫ରୁ ୧୬ ହଜାର କେଜିର ଲଡୁ ତିଆରି ହେଉଛି। ଏଭଳି ଭବ୍ୟ ଆୟୋଜନକୁ ସହରବାସୀ ସ୍ବାଗତ କରିଛନ୍ତି। ହେଲେ ଆୟୋଜନ ପାଇଁ ଆବଶ୍ୟକ ଅର୍ଥ ସଂସ୍ଥା ନାଁରେ ସଂଗ୍ରହ କରା ନଯାଇ, ଜଣେ ବ୍ୟକ୍ତିଙ୍କ ନାଁରେ ସଂଗ୍ରହ କରାଯିବାକୁ ସନ୍ଦେହ ପ୍ରକାଶ କରିଛନ୍ତି ରାହୁଲ ମହାନ୍ତି। ସେ କହିଛନ୍ତି,ଏଭଳି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ହେଲେ ଗିନିଜ୍ବୁକ୍ ନାଁରେ ସହରବାସୀଙ୍କୁ ଯେଉଁ ଭୁଲ୍ ଧାରଣା ଦିଆଯାଉଛି, ତାହା ଆଦୌ ଠିକ୍ ନୁହେଁ। ସନାତନ ଜାଗରଣ ମଞ୍ଚ ନାଁରେ ‘କ୍ୟୁଆର୍ କୋଡ୍’ ନ କରି ବ୍ୟକ୍ତିଗତ ନାଁରେ ଚାନ୍ଦା ଆଦାୟ କରାଯିବା କେତେଦୂର ଯୁକ୍ତିଯୁକ୍ତ। ସନାତନ ଧର୍ମ ନାଁରେ ସହବାସୀଙ୍କୁ ଏଭଳି ବିଭ୍ରାନ୍ତିକର ତଥ୍ୟ ଦେବା ଆଦୌ ଠିକ୍ ନୁହେଁ। ଏଥିରୁ ଆୟୋଜକ ସଂସ୍ଥା କ୍ଷାନ୍ତ ରହିବା ଦରକାର। ମିଠା କାରୀଗର ମୁରଲୀଧର ମିଶ୍ର କହିଛନ୍ତି, ତାଙ୍କୁ ପ୍ରଥମେ ଆୟୋଜକ ସଂସ୍ଥା ୩୦ ଟନ୍ର ଲଢ଼ୁ ତିଆରି କରିବାକୁ ଅର୍ଡର ଦେଇଥିଲେ। ପରେ ଏହାକୁ ୨୨ ଟନ୍ କରିଥିଲେ। ଏବେ ୧୫ରୁ ୧୬ ଟନ୍ର ଲଡୁ ତିଆରି ହେବ ବୋଲି କୁହାଯାଉଛି। ୩୨ ଜଣ କାରିଗର ଗତ ୯ ତାରିଖରୁ ଲଡୁ ତିଆରି କାମ ଆରମ୍ଭ କରିଛନ୍ତି। ଆୟୋଜକ ସଂସ୍ଥା ପକ୍ଷରୁ ନିର୍ମାଣ ହୋଇଥିବା ବେସ୍ରେ ଲଡ଼ୁ କରାଯାଉଛି।
ଆୟୋଜକ ସଂସ୍ଥାର ପରିଚାଳକ ସନ୍ତୋଷ ବିଶ୍ବାଳ କହିଛନ୍ତି, ସନାତନୀମାନଙ୍କୁ ଏକଜୁଟ କରିବା ଏଭଳି କାର୍ଯ୍ୟକ୍ରମର ଲକ୍ଷ୍ୟ। ଆନ୍ଧ୍ରପ୍ରଦେଶରେ ୮ ହଜାର କେଜିର ଲଡ଼ୁ ତିଆରି କରି ଗିନିଜ୍ବୁକ୍ ରେକର୍ଡ କରିଥିଲେ। ଆମେ ତା’ର ଦୁଇଗୁଣା ଆକାରର କରିବାକୁ ଯାଉଛୁ। ଏ ସଂକ୍ରାନ୍ତରେ ଆମେ ଗିନିଜ୍ବୁକ୍ ଟିମ୍ ସହ କଥା ହୋଇଛୁ। ତେବେ ବିଶ୍ବ ରେକର୍ଡ କରିବାକୁ ଯାଉଥିବା ଲଡ଼ୁକୁ ନେଇ ଆୟୋଜକ ସଂସ୍ଥା ଓ ସହରର ବୁଦ୍ଧିଜୀବୀଙ୍କ ମଧ୍ୟରେ ଜାରି ଆରୋପ ଓ ପ୍ରତ୍ୟାରୋପ ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।