ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଲା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ଟପିଯାଇଛି । ସଂଧ୍ୟା ସୁଦ୍ଧା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ୧୮ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୮ ହଜାରରେ ପହଞ୍ଚିଛି । ତେବେ ବିଶ୍ୱରେ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୯୨ ହଜାରରେ ପହଞ୍ଚିଛି ।
ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ୧୧,୯୩୩ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୧୯୭ ଥିବାବେଳେ ମୃତ୍ୟୁସଂଖ୍ୟା ୩୯୨ ଓ ଆରୋଗ୍ୟ ସଂଖ୍ୟା ୧୩୪୩ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଂଧ୍ୟା ୫ଟାରେ ଜାରି ତଥ୍ୟରୁ ଜଣାପଡ଼ିଛି ।
ଭାରତରେ ଆରୋଗ୍ୟଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ତଥାପି ଏହା ବିଶ୍ୱ ହାରଠାରୁ କମ ରହିଛି । ଭାରତରେ ଆରୋଗ୍ୟ ହାର ୧୧ ପ୍ରତିଶତ ଥିବାବେଳେ ବିଶ୍ୱରେ ଏହା ୨୩ ପ୍ରତିଶତ ରହିଛି ।

ମହାରାଷ୍ଟ୍ରର ଅବସ୍ଥା ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ଦେଶରେ ମହାରାଷ୍ଟ୍ର ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ମାନ୍ୟତା ବଜାୟ ରଖିଛି । ଏହି ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୬୮୭ରେ ପହଞ୍ଚିଛି । ରାଜ୍ୟରେ ମୃତ୍ୟୁସଂଖ୍ୟା ୧୮୭ରେ ପହଞ୍ଚିଛି । ମହାରାଷ୍ଟ୍ର ପଛକୁ ଦିଲ୍ଲୀ ରହିଛି । ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୬୧ରେ ପହଞ୍ଚିଛି । ଦିଲ୍ଲୀ ପଛକୁ ତାମିଲନାଡୁ (୧୨୦୪) ଓ ରାଜସ୍ଥାନ (୧୦୦୫) ରହିଛନ୍ତି ।

ସମ୍ବନ୍ଧିତ ଖବର