ବରଗଡ଼: ଜିଲ୍ଳାର ଭେଡେନ ବ୍ଲକ ଅନ୍ତର୍ଗତ ଲୁପୁରସିଂହା ଛକରେ କରୋନାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଉକ୍ତ ଛକରେ ହୋଟେଲ ବ୍ୟବସାୟ କରୁଥିବା କର୍ମ ନାଏକ (୬୦) କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ। ଗୁରୁବାର ସକାଳ ୪ଟାରେ ତାଙ୍କର କରୋନାଜନୀତ ମୃତ୍ୟୁ ଘଟିଥିଲା। ଏ ବିଷୟରେ ପରିବାର ଲୋକେ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ଦିନ ୧୨ ପର୍ଯ୍ୟନ୍ତ ପ୍ରଶାସନ ନୀରବ ରହିବା ସହ ତାଙ୍କ ଶବ ସତ୍କାର ପାଇଁ କୌଣସି ସୁବିଧା କରିନଥିବା ଅଭିଯୋଗ ହୋଇଛି।
କରୋନାର କରୁଣ ଚିତ୍ର! ୮ ଘଣ୍ଟା ଧରି ପଡ଼ି ରହିଲା ମୃତଦେହ, ଶୁଣିିଲାନି ପ୍ରଶାସନ
/sambad/media/post_attachments/wp-content/uploads/2021/04/dead-body-750x369-1.jpg)