କରୋନା ଯୋଗୁଁ ଭାରତରେ ଗଲା ଆଉ ଜଣଙ୍କ ଜୀବନ, ୩ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ମୁମ୍ବାଇ: ଭାରତରେ କରୋନାରେ ୩ୟ ବ୍ୟକ୍ତିଙ୍କ ମୃତ୍ୟୁ | ମହାରାଷ୍ଟ୍ରର ଜଣେ ୬୪ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି | ଏହା ପୂର୍ବରୁ ୧୩ ତାରିଖରେ ଦିଲ୍ଲୀର ରାମ ମନୋହର ଲୋହିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୬୯ ବର୍ଷୀୟ ମହିଳା କରୋନା ଯୋଗୁଁ ଜୀବନ ହରାଇଥିଲେ । ମୃତ ମହିଳାଙ୍କୁ ତାଙ୍କ ପୁଅ ଠାରୁ କରୋନା ଭାଇରସ୍‌ ସଂକ୍ରମଣ ହୋଇଥିବା ସୂଚନା ରହିଛି।

ମୃତ ମହିଳାଙ୍କ ପୁଅ ଫେବୃଆରୀ ମାସରେ ସ୍ୱିଜରଲ୍ୟାଣ୍ଡ ଏବଂ ଇଟାଲି ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଏହାପରେ ତାଙ୍କ ମା’ଙ୍କ ଠାରେ ମଧ୍ୟ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା।

image Credit : China daily

ମହିଳା ଜଣକ ଡାଇବେଟିସ୍‌ ଓ ହାଇପରଟେନ୍‌ସନ୍‌ରେ ପୀଡିତ ଥିଲେ। କରୋନା ଲାଗି ହୋଇଥିବା ରକ୍ତ ପରୀକ୍ଷା ପଜେଟିଭ୍‌ ବୋଲି ଜଣାପଡିବା ପରେ ତାଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ମୃତ୍ୟୁ ହୋଇଥିଲା | ସେହିପରି ୧୨ ତାରିଖରେ କର୍ଣ୍ଣାଟକର କୁଲବର୍ଗୀର ଅଞ୍ଚଳର ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ସେ ସାଉଦୀ ଆରବରୁ ଫେରିଥିଲେ।

ସମ୍ବନ୍ଧିତ ଖବର