ରାଜଧାନୀରେ ଚିନ୍ତା ବଢ଼ାଇଲା କରୋନା, ଦିନକରେ ପାଖାପାଖି ୭ ଶହ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଏବେ ଚିନ୍ତା ବଢାଇଛି ରାଜଧାନୀ । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ୬୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୬୯୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୫୪୮ ଓ କ୍ବାରେଣ୍ଟାଇନରୁ ୧୫୦ ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏ ନେଇ ଟୁଇଟ କରି ସୂଚନା ଦିଆଯାଇଛି।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ୫୪୮ଜଣଙ୍କ ମଧ୍ୟରୁ ଆଚାର୍ଯ୍ୟ ବିହାରରୁ ୬ ଜଣ, ଆଇଗିଣିଆରୁ ୪ ଜଣ, ବାପୁଜୀ ନଗରରୁ ୧୧ ଜଣ, ବରମୁଣ୍ଡାରୁ ୩୮ ଜଣ, ଭୀମଟାଙ୍ଗୀରୁ ୩ ଜଣ, ବମିଖାଲରୁ ୬ ଜଣ, ଚନ୍ଦ୍ରଶେଖରପୁରରୁ ୨୮ ଜଣ, ଫାୟାର ଷ୍ଟେସନ୍‌ରୁ ୯ ଜଣ, ଝାରପଡ଼ାରୁ ୧୭ ଜଣ, ଲକ୍ଷ୍ମୀସାଗରରୁ ୧୬ ଜଣ, ଖଣ୍ଡଗିରିରୁ ୧୭ ଜଣ, ପାତ୍ରପଡ଼ାରୁ ୯ ଜଣ, ପୋଖରୀପୁୁଟରୁ ୮ ଜଣ, ୟୁପିଟ୍‌-୬ରୁ ୧୪ ଜଣ ୟୁନିଟ୍‌-୯ରୁ ୮ ଜଣ, ୟୁନିଟ୍‌-୪ରୁ ୭ ଜଣ, ୟୁନିଟ୍‌-୩ରୁ ୫ ଜଣ, ଟଙ୍କପାଣି ରୋଡ୍‌ରୁ ୧୦ ଜଣ, ରସୁଲଗଡ଼ରୁ ୧୫ ଜଣ, ସୁନ୍ଦରପଦାରୁ ୧୨ ଜଣ, ୟୁନିଟ୍‌-୮ରୁ ୧୧ ଜଣ, ସତ୍ୟନଗରରୁ ୧୦ ଜଣ, ଶୈଳଶ୍ରୀ ବିହାରରୁ ଜଣେ, ସହିଦ ନଗରରୁ ୭ ଜଣ, ପଟିଆରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୩୧୬ ଜଣ ଆରୋଗ୍ୟ ଲାଭ କରିଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମଣ ସଂଖ୍ୟା ୩୮ ହଜାର ୪୯୨ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩୩୮୦୩ ଜଣ ଓ ମୃତକଙ୍କ ସଂଖ୍ୟା ୨୫୧ରେ ପହଞ୍ଚିଛି। ଏବେ ବି ସକ୍ରିୟ ଅଛନ୍ତି ୪୪୧୭ ଜଣ।

ସମ୍ବନ୍ଧିତ ଖବର