ଗଂଜାମରେ ୮୪ ପ୍ରତିଶତ ଗ୍ରାମାଂଚଳ କରୋନା ମୁକ୍ତ, ବ୍ରହ୍ମପୁରରେ ୮୬ ପ୍ରତିଶତ ସୁସ୍ଥ

ସ୍ୱାଧୀନତା ଦିବସରେ ସମ୍ମାନିତ ହେବେ କରୋନା ଯୋଦ୍ଧା

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ସହଯୋଗରେ ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ କରୋନା ଭାଇରସର ମୁକାବିଲା ଜାରି ରହିଛି। ଜିଲ୍ଲାରେ ମୋଟ ୧୪୦୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୮୪ ପ୍ରତିଶତ ସୁସ୍ଥ ହୋଇସାରିଛନ୍ତି। ମୃତ୍ୟୁ ସଂଖ୍ୟା ୧୫୧ ଜଣ। ଏହା ହେଉଛି ଏକ ପ୍ରତିଶତ। ବ୍ରହ୍ମପୁର ସହରରେ ୮୬ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଜିଲ୍ଲାର ଗ୍ରାମାଂଚଳରେ ୮୪ ପ୍ରତିଶତ କରୋନା ମୁକ୍ତ ହୋଇଛି।

ଜିଲ୍ଲାରେ ଟେଷ୍ଟିଂ ସଂଖ୍ୟା ବଢ଼ିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା କମିଛି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସ୍ଥାନୀୟ ଟାଉନ୍‌ହଲ୍‌ରେ ଜିଲ୍ଲାପାଳ କହିଛନ୍ତି, ଗଂଜାମରେ ଟେଷ୍ଟିଂ ଆଜି ଏକ ଲକ୍ଷ ପହଂଚିଛି। ଏହା ଜାତୀୟ ସ୍ତର ତୁଳନାରେ ଅଧିକ। ରାଜ୍ୟରେ ମଧ୍ୟ ଗଂଜାମରେ ଅଧିକ ଟେଷ୍ଟିଂ ହୋଇଛି। ଗତକାଲି ଆମେ ୮ ହଜାର ଟେଷ୍ଟିଂ କରିଥିଲୁ। ଏଥିରୁ ୩ ପ୍ରତିଶତ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆରଟିପିସିଆର ଏବଂ ଆଣ୍ଟିଜେନ ଟେଷ୍ଟିଂରୁ ଲାଭ ମିଳୁଛି। ଆମର ପଂଚସୂତ୍ରୀ ଭଲ କାମ କରିଛି। ଦୋକାନୀମାନେ ଏହାକୁ ପାଳନ କରିଥିବାରୁ ସଂକ୍ରମଣ କମିଛି।

ଜିଲ୍ଲପାଳ କହିଛନ୍ତି, ଗୋଟିଏ ଦିନ ବି ଆମେ ଜାଣିପାରୁ ନାହିଁ ଯେ, ପଜିଟିଭ ସଂଖ୍ୟା ବଢ଼ିଛି। ଜୁଲାଇ ମାସ ତୁଳନାରେ ଆମର ୧୦ ଗୁଣ ଟେଷ୍ଟିଂ ବଢ଼ିଛି। ରୋଗୀଙ୍କ ସଂଖ୍ୟା କମ ହେଉଛି। ବିଗତ ୨୦ ଦିନରେ ଆମେ ବିଭିନ୍ନ ଆକ୍ଟିଭିଟି ଦେଖିବାକୁ ପାଉଛି। ସାଢ଼େ ୪ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ୩୦୦୦ରୁ ଅଧିକ ଟିଏମସି ପ୍ରତିଷ୍ଠା କରିଛୁ। ଗ୍ରାମାଂଚଳରେ ଗ୍ରୀନ ଅଂଚଳ ବଢ଼ିଛି। ସହରାଂଚଳରେ ମଧ୍ୟ ଗ୍ରୀନ ଅଚଂଳ ଧୀରେ ଧୀରେ ବଢ଼ିଛି।

ଆମର ପଂଚମ ଥର ସ୍କ୍ରିନିଂ ସରିଛି। ଆଗାମୀ ଦିନରେ ଆହୁରି ସ୍କ୍ରିନିଂ ହେବ। ଏହାରି ମାଧ୍ୟମରେ ଆକେ କରୋନା ରୋଗୀ ଏବଂ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କୁ ଚିହ୍ନିଛୁ। ଆମେ ଟେଷ୍ଟିଂ, ସ୍କ୍ରିନିଂ କରିଛୁ। ଲକ୍ଷଣଯୁକ୍ତ ଟେଷ୍ଟିଂକୁ ଅଧିକ ଗୁୁରୁତ୍ୱ ଦେଉଛୁ ବୋଲି ଶ୍ରୀ କୁଲାଙ୍ଗେ କହିଛନ୍ତି।

ଗଂଜାମ ଜିଲ୍ଲାରେ କରୋନା ମୁକାବିଲା ଲାଗି ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇଛି। ଗ୍ରାମାଂଚଳରେ ୭୮୦୦ କୋଭିଡ ଶଯ୍ୟା କରାଯାଇଛି। ଜିଲ୍ଲାରେ ଏବେ ୫୦ ପ୍ରତିଶତ ଶଯ୍ୟା ଖାଲି ଅଛି।

ଜିଲ୍ଲାପାଳ କହିଛନ୍ତି ଯେ, ଲୋକଙ୍କର ମନୋବଳ ବଢ଼ିଛି। ଲୋକେ ଟେଷ୍ଟିଂରେ ସହଯୋଗ କରୁଛନ୍ତି। ପ୍ଲାଜମା ଦାନ ଆରମ୍ଭ ହୋଇଛି। ଯେଉଁମାନେ ସୁସ୍ଥ ହୋଇଛନ୍ତି ସେମାନଙ୍କ ପ୍ଲାଜମା ବ୍ୟବହାର ହେଉଛି।  

ଏବେ ଆମେ କରୋନାର ପୂର୍ବ ଲକ୍ଷଣ ଚିହ୍ନଟ କରିବାକୁ ଯାଉଛୁ ବୋଲି କହିଛନ୍ତି ଜିଲ୍ଲାପାଳ। ଏହା ଦ୍ୱାରା ମୃତ୍ୟୁ ସଂଖ୍ୟା ଆହୁରି ହ୍ରାସ ପାଇବ। ଏବେ ହସ୍‌ପିଟାଲକୁ ଚିକିତ୍ସା କରିବା ପାଇଁ ସମୟ ମିଳୁଛି। ଗଂଜାମର ଯେଉଁ ପରିସ୍ଥିତ ହୋଇଛି କୋରାନା ଯୋଦ୍ଧା ଡାକ୍ତର, ଗ୍ରାମାଂଚଳରେ ସରପଂଚ, କୋଭିଡ ମନିଟର, ଅଧିକାରୀ ଭଲ ପରିଚାଳନା କରୁଛନ୍ତି। ଲୋକଙ୍କ ମଧ୍ୟରେ ସଚେତନା ବଢ଼ିଛି। ସରକାର ଗୃହ ସଙ୍ଗରୋଧକୁ ଅନୁମତି ଦେଇଛନ୍ତି। ତାଙ୍କୁ ମନିଟର କରାଯାଉଛି। ମେଡିକାଲ ଅଧିକାରୀମାନେ ଜୁନ ମାଧ୍ୟମରେ ରୋଗୀଙ୍କ ସହିତ ସଂପର୍କ ରଖୁଛନ୍ତି। ଲୋକଙ୍କ ମନରୁ ଭୟ କମିଛି। ୫୭ ପ୍ରତିଶତ ମହିଳା ଆଡମିଟ ହୋଇଥିଲେ। ୫୫ ପ୍ରତିଶତ ନେଗେଟିଭ ଅଛନ୍ତି। ଜିଲ୍ଲାରେ ଅନେକ ସଫଳତାର କାହାଣି ଅଛି। ଏଥିରେ କୋଭିଡ ଯୋଦ୍ଧା। ଗଂଜାମରେ କରୋନା ହାରିବ, ଗଂଜାମ ଜତିବ। ଏହି ମିଶନରେ ଆମେ କାମ କରୁଛୁ। କାଲି ଆମେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ କରିବୁ।

ଦୋକାନୀମାନେ ପଂଚ ସୂତ୍ରୀ ପାଳନ କରନ୍ତୁ। ଲକ୍ଷଣକୁ ଲୁଚାନ୍ତୁ ନାହିଁ। କରୋନାର ମାଗଣା ପରୀକ୍ଷା କରାଯାଉଛି। ଯିଏ ଚାହିଁବେ ସେ ମାଗଣାରେ ପରୀକ୍ଷା କରାଇପାରିବେ। ଏଥି ପାଇଁ ଲୋକେ ଆଗେଇ ଆସନ୍ତୁ। ମାର୍ଚ୍ଚ ମାସରେ ଆମେ ଗଂଜାମବାସୀଙ୍କୁ ଦେଖିଛୁ। ଏଠାକାର ଲୋକେ ମୁକାବିଲା କରିଛନ୍ତି। ଆମକୁ ଆହୁରି ସଚେତନ ହେବାକୁ ପଡ଼ିବ ବୋଲି ଶ୍ରୀ କୁଲାଙ୍ଗେ କହିଛନ୍ତି।

ସମ୍ବନ୍ଧିତ ଖବର