ଭୁବନେଶ୍ବର: ଲଗାତର କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଉଥିବା ବେଳେ ଗତକାଲି ୫୦ ହଜାରରୁ କମ୍ ନମୁନା ପରୀକ୍ଷା ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ୍ ୪୧ ହଜାର ୫୯୫ ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ୍ରେ ୩୫,୩୬୮, ଆରଟିପିସିଆରରେ ୬,୦୪୭ ଓ ଟ୍ରୁନେଟ୍ ପନ୍ଧତିରେ ୧୮୦ ଟି କରୋନା ନମୁନା ପରୀକ୍ଷା କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫,୦୩୦ ନମୁନା ପରୀକ୍ଷା ହୋଇଥିବା ବେଳେ କେନ୍ଦ୍ରାପଡାରୁ ଦ୍ବିତୀୟ ସର୍ବାଧିକ ୩,୮୩୮ ନମୁନା ପରୀକ୍ଷା ହୋଇଛି।
ରାଜ୍ୟରେ ୨୪ଘଣ୍ଟାରେ ୪୧ ହଜାର ୫୯୫ ନମୁନା ପରୀକ୍ଷା । ଆଣ୍ଟିଜେନ - ୩୫,୩୬୮, ଆରଟିପିସିଆର - ୬,୦୪୭, ଟ୍ରୁନେଟ୍ - ୧୮୦ । ଗଞ୍ଜାମରୁ ୫,୦୩୦, କେନ୍ଦ୍ରାପଡାରୁ ୩,୮୩୮ ନମୁନା ପରୀକ୍ଷା ।
#OdishaFightsCorona#COVID19#Odisha#Sambadpic.twitter.com/Y41EsT4utm— Sambad (ସମ୍ବାଦ) (@sambad_odisha) September 9, 2020
ଉଲ୍ଲେଖଯୋଗ୍ୟ, ଗତକାଲି ମୋଟ୍ ୪୧ ହଜାର ୨୭୫ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ବେଳେ ଏଥିମଧ୍ୟରୁ ଆଣ୍ଟିଜେନ୍ରେ ୩୪,୩୨୪, ଆରଟିପିସିଆରରେ ୬,୭୮୪ ଓ ଟ୍ରୁନଟ୍ରେ ୧୬୭ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/coronavirus-shutter-4.jpg)