ବିଶ୍ୱରେ କରୋନା ସଂକ୍ରମିତ ସଂଖ୍ୟା ୩୭ ଲକ୍ଷ ଟପିଲା

ମୁମ୍ବାଇ : ସମଗ୍ର ବିଶ୍ୱରେ କରୋନା ସଂକ୍ରମିତ ସଂଖ୍ୟା ୩୭ ଲକ୍ଷ ୬୦ ହଜାର ଟପିଯାଇଛି । ମୃତ୍ୟୁସଂଖ୍ୟା ୨ଲକ୍ଷ ୫୯ ହଜାର ଥିବାବେଳେ ଆରୋଗ୍ୟ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ଟପିଯାଇଛି । ଆମେରିକାରେ ସ୍ଥିତି ଦିନକୁ ଦିନ ଅଧିକ ସାଂଘାତିକ ହେଉଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ଟପିଯାଇଥିବାବେଳେ ମୃତ୍ୟୁସଂଖ୍ୟା ୭୨ ହଜାରରେ ପହଞ୍ଚିଛି । ସ୍ପେନରେ ସଂକ୍ରମିତ ସଂଖ୍ୟା ଅଢେଇ ଲକ୍ଷ ଥିବାବେଳେ ଇଟାଲୀରେ ୨ ଲକ୍ଷ ୧୩ ହଜାର ରହିଛି ।

ତେବେ ଭାରତରେ ସଂଧ୍ୟାସୁଦ୍ଧା ସ୍ଥିତି କଣ ତାହା ସରକାରୀ ଭାବେ ଜଣାପଡ଼ିନାହିଁ । କାରଣ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆଜିଠାରୁ କେବଳ ସକାଳ ସମୟରେ ହିଁ ତଥ୍ୟଜାରି କରାଯାଉଛି । ତେବେ ବେସରକାରୀ ତଥ୍ୟ ଅନୁସାରେ ଭାରତରେ ସଂକ୍ରମିତ ସଂଖ୍ୟା ୫୨ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧୭୬୮ ରେ ପହଞ୍ଚିଛି । ତେବେ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୧୪୯୧୧ରେ ପହଞ୍ଚିଛି ।

ମହାରାଷ୍ଟ୍ରରେ ମୋଟ ସଂକ୍ରମିତ ସଂଖ୍ୟା ୧୬୭୫୮ରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୬୫୧ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର