ଭାରତରେ ଗତ ୨୪ ଘଣ୍ଟାରେ ୧୦୩୫ ନୂଆ ସଂକ୍ରମିତ, ୪୦ ମୃତ

ନୂଆଦିଲ୍ଲୀ : ଭାରତରେ ଦିନକୁ ଦିନ ଗୁରୁତର ଆକାର ଧାରଣ କରୁଛି କରୋନା ଭାଇରସ । ପ୍ରାୟ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ୧୦୩୫ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଥିବାବେଳେ ୪୦ ଜଣଙ୍କ ମୃତ୍ୟୁ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୫୨୯ ରେ ପହଞ୍ଚିଛି ।

ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୬୬୩୪ ଓ ମୃତ୍ୟୁସଂଖ୍ୟା ୨୪୨ ରହିଛି । ତେବେ ଦେଶରେ ଏହି ଭୁତାଣୁ କବଳରୁ ପ୍ରାୟ ୬୫୨ ଜଣ ଆରୋଗ୍ୟ ଲାଭ କରିସାରିଲେଣି ।
ସୂଚନାଯୋଗ୍ୟ ଯେ ସମଗ୍ର ଦେଶରେ ମହାରାଷ୍ଟ୍ରରେ ସର୍ବାଧfକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୭୪ରେ ପହଞ୍ଚିଥିବାବେଳେ ମୃତୁ୍ୟସଂଖ୍ୟା ୧୧୦ରେ ପହଞ୍ଚିଛି । ଏହା ସହିତ ରାଜ୍ୟରେ ମୋଟ ୧୮୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ମୁମ୍ବାଇ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ମହାରାଷ୍ଟ୍ର ପଛକୁ ତାମିଲନାଡୁ ରହିଛି । ତାମିଲନାଡୁରେ ମୋଟ ୯୧୧ ଜଣ ସଂକ୍ରମିତ ଅଛନ୍ତି । ତାମିଲନାଡୁ ପଛକୁ ଦିଲ୍ଲୀ ରହିଛି । ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦୩ରେ ପହଞ୍ଚିଛି ।

ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭ ଲକ୍ଷ ୧୬ ହଜାରରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୩ ହଜାରରେ ପହଞ୍ଚିଛି । ତେବେ ବିଶ୍ୱରେ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୮୯ ହଜାରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର