ପୁଣି ଉହାନକୁ ଫେରୁଛି କରୋନା ଭାଇରସ, ଲୋକଙ୍କୁ ଘରେ ରହିବାକୁ ଚୀନ ସରକାରଙ୍କ ନିର୍ଦ୍ଦେଶ

ଉହାନ : କରୋନା ଭାଇରସର ଉତ୍ପତ୍ତିସ୍ଥଳୀ ଚୀନର ଉହାନ ନଗରୀରେ ପୁଣି ଏହି ଭୁତାଣୁ ଫେରିବା ଆଶଙ୍କା ଦେଖାଦେଇଛି । ଏହି ସହରରେ ପୁଣି କିଛି ଲୋକଙ୍କ ଶରୀରରେ କରୋନା ଭୁତାଣୁ ଚିହ୍ନଟ ହୋଇଥିବାରୁ ଚୀନ ସରକାରଙ୍କ ଚିନ୍ତା ବଢିଯାଇଛି ।
ଉହାନରେ ପୁଣି କେତେକ ସଂକ୍ରମଣ ମାମଲା ଦେଖାଦେବା ପରେ ଲୋକମାନଙ୍କୁ ଘରେ ରହିବା ପାଇଁ ଚୀନ ସରକାର ଶୁକ୍ରବାରଦିନ ନିର୍ଦ୍ଦେଶ ଜାରି କରିଛନ୍ତି । ବିଶେଷକରି କେତୋଟି ଲକ୍ଷଣହୀନ ସଂକ୍ରମଣ ଦେଖାଯାଇଥିବାରୁ ତାହା ଚିନ୍ତା ବଢାଇଦେଇଛି । ଲକ୍ଷଣହୀନ ସଂକ୍ରମଣର ଅର୍ଥ ହେଉଛି ଯେଉଁମାନେ କରୋନା ପଜିଟିଭ ମାତ୍ର ସେମାନଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ନାହିଁ । ଏପରି ଲୋକ ବହୁ ଲୋକଙ୍କୁ ସଂକ୍ରମିତ କରିବାର ଆଶଙ୍କା ଥାଏ ।
ଚୀନ ସରକାର ଗତ ମାସ ଶେଷ ସପ୍ତାହରେ ଉହାନରୁ ୯- ସପ୍ତାହ ଧରି ଚାଲିଥିବା ଲକଡାଉନ ଉଠାଇଦେବା ସହ ଏହା ଭୁତାଣୁ ମୁକ୍ତ ହୋଇଛି ବୋଲି ଘୋଷଣା କରିଥିଲେ ।

ଗତ ଜାନୁଆରି ମାସରେ ଚୀନର ଏହି ସହରରୁ ହିଁ ପ୍ରଥମେ ପଶୁ ଶରୀରରୁ ମଣିଷକୁ କରୋନା ଭାଇରସ ସଂକ୍ରମିତ ହୋଇଥିବା ସଂଦେହ କରାଯାଉଛି । କେତେକ ରିପୋର୍ଟରେ ଦାବି କରାଯାଇଛି ଯେ ପ୍ରଥମ ସଂକ୍ରମଣ ନଭେମ୍ବର ମାସରେ ହିଁ ଆରମ୍ଭ ହୋଇଥିଲା ।

ସମ୍ବନ୍ଧିତ ଖବର