ନୂଆଦିଲ୍ଲୀ: ବିଶ୍ବ ଦୌଡ଼ରେ ଭାରତ ବି ସାମିଲ୍ ହୋଇଛି। କରୋନା ଭାଇରସ୍ ପ୍ରତିଷେଧକ ପାଇଁ ୬ଟା ଭାରତୀୟ କମ୍ପାନି କାମ କରିବା ଆରମ୍ଭ କରି ଦେଇଛନ୍ତି। ମହାମାରୀ କରୋନାର ମୂଳପୋଛ କରିବାକୁ ପ୍ରତିଷେଧକ ବାହାରିବା ନିହାତି ଦରକାର ବୋଲି ଶୀର୍ଷ ଭାରତୀୟ ବୈଜ୍ଞାନିକମାନେ ମତ ଦେଇଛନ୍ତି।
ୟା ଭିତରେ ବୈଜ୍ଞାନିକମାନେ ଅନେକ ପରୀକ୍ଷା ନିରୀକ୍ଷା କରିଲେଣି। ମାତ୍ର ୨୦୨୧ ପୂର୍ବରୁ ଏହି ପ୍ରତିଷେଧକ ହୋଇପାରିବା ପରି କୌଣସି ଆଶା ନାହିଁ ବୋଲି ସୂଚନା ରହିଛି।
ଆପଣ ଜାଣିଥିବେ ନିଶ୍ଚୟ ଯେ କୋଭିଡ-୧୯ ବିଶ୍ବରେ ୨ ମିଲିୟନ୍ ଲୋକଙ୍କୁ ଆକ୍ରାନ୍ତ କରାଇଥିବା ବେଳେ ୧ ଲକ୍ଷ ୨୬ ହଜାର ଜୀବନ ଯାଇ ସାରିଲାଣି।
ଏହି ମହାମାରୀ ରୋଗ ବିରୋଧରେ ହେଉଥିବା ବିଶ୍ବସ୍ତରୀୟ ଲଢ଼େଇରେ ଭାରତୀୟ ବୈଜ୍ଞାନିକମାନେ ବି ସାମିଲ୍ ହୋଇଛନ୍ତି। ପ୍ରତିଷେଧକ ପରୀକ୍ଷା ମୁଖ୍ୟତଃ ପ୍ରଥମେ ପଶୁ ଓ ଲ୍ୟାବ୍ରେ କରାଯିବା ପରେ ମଣିଷଙ୍କ ଦେହରେ କରାଯାଇଥାଏ। ମଣିଷଙ୍କ ଦେହରେ କରାଯାଉଥିବା ପରୀକ୍ଷାର ବି ବିଭିନ୍ନ ସୋପନ ଅଛି ବୋଲି ଜଣେ ଗବେଷକ କୁହନ୍ତି। ଯାହାବି ହେଉ, ଚଳିତବର୍ଷ ଭିତରେ ଏହି ପ୍ରତିଷେଧକ ତିଆରି ହୋଇ ପାରିବାର କୌଣସି ସମ୍ଭାବନା ଦେଖି ପାରିନାହାନ୍ତି ଭାରତୀୟ ବୈଜ୍ଞାନିକମାନେ।