ଲକ୍‌ଡାଉନ୍‌ରେ ବି ନିଜ କର୍ତ୍ତବ୍ୟ ଭୁଲିନାହାନ୍ତି ୯୮ ବର୍ଷିଅ ଏହି ଡାକ୍ତର

ନୂଆଦିଲ୍ଲୀ: କରୋନା ଲଢ଼େଇରେ ସାରା ବିଶ୍ବ ଏବେ ସକ୍ରିୟ। ନିଜ ନିଜର ସାମର୍ଥ୍ୟ ଅନୁସାରେ ବିଶ୍ବର କୋଣଅନୁକୋଣରୁ ବିଭିନ୍ନ ବୃତ୍ତିର ଲୋକ ଏହି ଯୁଦ୍ଧରେ ସାମିଲ୍‌ ହୋଇଛନ୍ତି। ଦ୍ବିତୀୟ ଈଶ୍ବର ବୋଲି କୁହାଯାଉଥିବା ଡାକ୍ତରମାନଙ୍କ ଭୂମିକା ଏହି ଲଢ଼େଇରେ କହିଲେ ନସରେ। ସେପରି ଜଣେ ଉଦାହରଣ ଯୋଗ୍ୟ ଡାକ୍ତର ହେଉଛନ୍ତି ଡକ୍ଟର ଖ୍ରୀଷ୍ଟିୟାନ୍‌ ଚେନୟ।

କରୋନା ଭାଇରସ୍‌ ଆତଙ୍କରେ ବିଭିନ୍ନ ବୃତ୍ତିର ଲୋକ କାମ ଛାଡ଼ି ଘରେ ବସୁଥିବା ବେଳେ ୯୮ ବର୍ଷିଅ ଏହି ବୃଦ୍ଧ କିନ୍ତୁ ଭୁଲି ଯାଇନାହାନ୍ତି ତାଙ୍କ କର୍ତ୍ତବ୍ୟ। ସେ ବିପଦପୂର୍ଣ୍ଣ ପରିବେଶରେ ରହି ମଧ୍ୟ ରୋଗୀ ସେବା ଅବ୍ୟାହତ ରଖିଛନ୍ତି। ଫ୍ରାନ୍ସର ଏହି ଡାକ୍ତର ନିଜର ଏପରି ସେବା ମନୋବୃତ୍ତି ପାଇଁ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ଏବେ ବି ସେ ନିଜର ସମର୍ଥନ ଦେବାକୁ ରିଟାଏର୍ଡମେଣ୍ଟ୍‌ ହୋମ୍‌କୁ ସପ୍ତାହକୁ ଥରେ ନିଶ୍ଚୟ ଯାଇଥାନ୍ତି।

ଉଲ୍ଲେଖଯୋଗ୍ୟ, ସାରା ବିଶ୍ବରେ ଏବେ ସୁଦ୍ଧା ୩୧ ଲକ୍ଷ ୬୦ ହଜାର ୫୪୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨ ଲକ୍ଷ ୧୯ ହଜାର ୨୫୩ ଜଣଙ୍କ ଜୀବନ ଯାଇ ସାରିଲାଣି। ଆକ୍ରାନ୍ତଙ୍କ ମଧ୍ୟରୁ ୯ ଲକ୍ଷ ୭୪ ହଜାର ୬୨୩ ଜଣ ସୁସ୍ଥ ହୋଇ ସାରିଲେଣି।

ସମ୍ବନ୍ଧିତ ଖବର