୮ ମିଟର ଦୂରତ୍ୱ ଅତିକ୍ରମ କରି ଅନ୍ୟକୁ ସଂକ୍ରମିତ କରିପାରିବ କରୋନା ଭାଇରସ : ଆମେରିକୀୟ ଗବେଷକ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ମହାମାରୀ ପାଲଟିଥିବା କରୋନା ଭାଇରସ ଏବେ ମାନବ ସମାଜ ପାଇଁ ଏକ ବଡ଼ ବିପଦ ଭାବେ ଦେଖାଦେଇଛି । ଏହାର ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ବା ସୋସିଆଲ ଡିଷ୍ଟାନ୍ସିଂକୁ ସବୁଠାରୁ ପ୍ରଭାବୀ ପନ୍ଥା ବୋଲି କୁହାଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ପରାମର୍ଶ ଅନୁସାରେ ଲୋକମାନେ ପରସ୍ପରଠାରୁ ଅତିକମରେ ଏକ ମିଟର ଦୂରତ୍ୱ ରକ୍ଷା କରିବା ଆବଶ୍ୟକ ।

କିନ୍ତୁ ନିକଟରେ ଆମେରିକାରେ ହୋଇଥିବା ଏକ ଗବେଷଣା ଅନୁସାରେ କରୋନା ଭାଇରସ ଏତେ ଶକ୍ତିଶାଳୀ ଯେ ୧ ମିଟର ଦୂରତ୍ୱ ରଖିବା ନିରାପଦ ନୁହେଁ । କାରଣ କରୋନା ଭାଇରସ ବାୟୁ ମଣ୍ଡଳରେ ପ୍ରାୟ ୮ ମିଟର ଦୂରତ୍ୱ ଅତିକ୍ରମ କରିପାରେ । ଏହା ମଧ୍ୟ ବାୟୁମଣ୍ଡଳରେ ଘଣ୍ଟା ଘଣ୍ଟା ଧରି ରହିପାରେ । ଆମେରିକାର ଏମଆଇଟି ପ୍ରଫେସର ଲିଡିଆ ବୌରେବାଙ୍କ  ପକ୍ଷରୁ  ଏହି ଗବେଷଣା କରାଯାଇଛି ଓ ଏ ସଂପର୍କିତ ଏକ ସଂଦର୍ଭ ଆମରିକାନ ମେଡିକାଲ ଜର୍ନାଲରେ ପ୍ରକାଶିତ ହୋଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ ଜଣେ ସଂକ୍ରମିତ ବ୍ୟକ୍ତି ଛିଙ୍କିଲେ ସେଥିରୁ ବାହାରିଥିବା ଭୁତାଣୁ ପ୍ରାୟ ୨୩ରୁ ୨୭ ଫୁଟ ବା ୭-୮ ମିଟର ଦୂରତ୍ୱ ପର୍ଯ୍ୟନ୍ତ ଅତିକ୍ରମ କରିପାରିବ ଓ ଅନ୍ୟମାନଙ୍କୁ ସଂକ୍ରମିତ କରିପାରିବ । ଲିଡିଆ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଯେଉଁ ୧ ମିଟର ଦୂରତ୍ୱ କଥା କୁହାଯାଉଛି ତାହା ପୁରୁଣା କାଳିଆ ସିଦ୍ଧାନ୍ତ ଉପରେ ପର୍ଯ୍ୟବେଶିତ ଓ ତାହା କରୋନା ଭାଇରସ ପାଇଁ ସେତେଟା ପ୍ରଭାବୀ ହୋଇନପାରେ ।

ସମ୍ବନ୍ଧିତ ଖବର