ନିଜର ସମସ୍ତ ପୁରସ୍କାର ବିକି ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪.୩୦ ଲକ୍ଷ ଟଙ୍କା ଦାନ କଲେ ଏହି ‌ଯୁବ ଖେଳାଳି

ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ପୂର୍ବରୁ ବହୁ ସିନେ ତାରକା ଓ କ୍ରିକେଟ୍‌ ତାରକା ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରି ସାରିଥିବା ବେଳେ ଏବେ ଏହି ଦୌଡ଼ରେ ସାମିଲ୍‌ ହୋଇ ଚର୍ଚ୍ଚା ପାଲଟିଛନ୍ତି ଗଲ୍‌ଫର୍‌(ଗଲ୍‌ଫ୍‌ ଖେଳାଳି) ଅର୍ଜୁନ ଭଟ୍ଟି। ଏହି ଯୁବ ଖେଳାଳି ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରିଲିଫ୍‌ ପାଣ୍ଠିକୁ ନିଜର ସମସ୍ତ ପୁରସ୍କାର ବିକ୍ରି କରି ଅର୍ଥ ସହାୟତା ଦେଇଥିବା ସୂଚନା ରହିଛି। ସମସ୍ତ ପୁରସ୍କାର ବିକ୍ରି କରି ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୪.୩୦ ଲକ୍ଷ ଟଙ୍କା ଦାନ କରିଛନ୍ତି।

ଏହି ୧୫ ବର୍ଷିଆ ଖେଳାଳି ଜଣକ ନିଜର ତିନୋଟି ୱାର୍ଲଡ ଗଲ୍‌ଫ ଚାମ୍ପିୟନ୍‌ସିପ୍‌ ଏବଂ ନେସ୍‌ନାଲ୍‌ ଚାମ୍ପିୟନ୍‌ସିପ୍‌ ଟ୍ରଫି ବିକ୍ରି କରି ଟଙ୍କା ଯୋଗାଡ଼ କରି ଦାନ କରିଥିବା ଜାଣିବାକୁ ମିଳିଛି।

ଯେମିତି ଆପଣ ସମସ୍ତେ ଜାଣନ୍ତି, ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ୍‌ ପାଇଁ ପୂରା ବିଶ୍ବ ଚିନ୍ତାରେ। ଭାରତରେ ମଧ୍ୟ କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟ‌ା ୧୫୦ ଟପିଲାଣି। ଏହାର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରିଲିଫ୍‌ ପାଣ୍ଠି ଗଠନ କରି ଦେଶବାସୀଙ୍କଠାରୁ ସହାୟତା ଚାହିଁଛନ୍ତି। ପୂର୍ବରୁ ମଧ୍ୟ ଅନେକ ବର୍ଗର ଖେଳାଳିମାନେ ଏ ଦିଗରେ ନିଜର ଅଂଶଦାନ କରିଛନ୍ତି।

ସମ୍ବନ୍ଧିତ ଖବର