ନୂଅାଦିଲ୍ଲୀ: ଗତକାଲି ଅପେକ୍ଷା ଦେଶରେ କରୋନା ସଂକ୍ରମଣ ଆଜି ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧,୭୯୩ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଗତକାଲି ଦେଶରେ ସଂକ୍ରମଣ ସଂଖ୍ୟା ଥିଲା ୧୭,୦୭୩। ଏହା ଏକ ଭଲ ଖବର ନିଶ୍ଚୟ। କରୋନା ସଂକ୍ରମଣ କମିବା ନେଇ ଦେଶବାସୀ ସମାନ୍ୟ ଆଶ୍ବସ୍ତ ହୋଇଛନ୍ତି।
ନୂତନ ସଂକ୍ରମଣକୁ ମିଶାଇ ଦେଶରେ ଏବେ ସୁଦ୍ଧା ସମୁଦାୟ ୪,୩୪,୧୮,୮୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ଏବେ ବି ସକ୍ରିୟ ଅଛନ୍ତି ୯୬,୭୦୦ ଜଣକ କରୋନା ଆକ୍ରାନ୍ତ।
ଦେଶରେ ଆଉ ନୂତନ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୦୪୭କୁ ବୃଦ୍ଧି ପାଇଛି। ସମୁଦାୟ ସଂକ୍ରମଣର ସକ୍ରିୟ ହାର ୦.୨୬ ରହିଥିବା ବେଳେ ଜାତୀୟ କରୋନା ସୁସ୍ଥ ହାର ରହିଛି ୯୮.୫୮ ପ୍ରତିଶତ।
ଦେଶରେ ଗତକାଲି କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୪୫% ବୃଦ୍ଧି ପାଇ ୧୭ ହଜାର ଟପିଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୧ଙ୍କ ମୃତ୍ୟୁ ରେକର୍ଡ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/corona-2.jpg)