ନୂଆଦିଲ୍ଲୀ: ନିଆରା ବିବାହ! କେଉଁ ବରକୁ ଆପଣ କେବେ ପୁଲିସ୍ ଜିପ୍ରୁ ବାହାରି ବେଦୀକୁ ଯିବାର ଦେଖିଛନ୍ତି? ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସଠାରେ।
ଜାଣିବାକୁ ମିଳିଛି ଯେ ଦକ୍ଷିଣ ଦିଲ୍ଲୀର ବାସିନ୍ଦା ନରେଶ ଆଲୁୱାଲିଆ ପୁଲିସ୍କୁ ଯାଇ ଅନୁରୋଧ କରି ତାଙ୍କ ପରିବାର ଲୋକଙ୍କୁ ଏହି ଲକ୍ଡାଉନ୍ ସମୟରେ ଆର୍ଯ୍ୟ ସମାଜ ମନ୍ଦିରରେ ଛାଡ଼ି ଦେବାକୁ କହିଥିଲେ। ତାଙ୍କ ପୁଅର ବିବାହ ପୂର୍ବରୁ ସ୍ଥିର ହୋଇଥିଲେ ବି ଲକ୍ଡାଉନ୍ ପାଇଁ ସେମାନଙ୍କୁ ମନ୍ଦିରରେ ପହଞ୍ଚିବାକୁ ଅସୁବିଧା ହୋଇଥିଲା। ପୁଲିସ୍ ପରିବାର ଲୋକଙ୍କୁ ନେଇ ମନ୍ଦିରରେ ଛାଡ଼ି ଦେବା କଥା ଚାରିଆଡ଼େ ବେଶ୍ ଚର୍ଚ୍ଚା ପାଲଟିଛି।
ପରିବାରର ଅନୁରୋଧ ପରେ କଲକାଜି ପୁଲିସ୍ ଷ୍ଟେସନ୍ର ହାଉସ୍ ଅଫିସର୍ ଅନୁମତି ପ୍ରଦାନ କରିଥିଲେ। ଫଳରେ ପୁଲିସ୍ ଗାଡ଼ିରେ ବର ଓ ବରର ବାପାମାଆଙ୍କୁ ନେଇ ମନ୍ଦରରେ ପହଞ୍ଚା ଯାଇଥିଲା। ତେବେ ଆବଶ୍ୟକୀୟ ସାମାଜିକ ଦୂରତ୍ବ ରଖାଯାଇଥିଲା ବୋଲି ପୁଲିସ୍ ସୂଚନା ଦେଇଛି।
ମନ୍ଦିରରେ ବର ପକ୍ଷ ବ୍ୟତୀତ କନ୍ୟା ପୂଜା, ତାଙ୍କର ବାପା ଓ ମନ୍ଦିର ପୂଜାରି ଉପସ୍ଥିତ ଥିଲେ। ବିବାହ ବୈଦୀକ ରୀତିରେ ଅନୁଷ୍ଠିତ ହୋଇଥିଲା। ରୀତି ମୁତାବକ ପୁଲିସ୍ ଆଣି କନ୍ୟାକୁ ବିବାହ ପରେ ବର ଘରେ ଛାଡ଼ି ଦେଇ ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/indian-4388167_1920-1587855447.jpg)