ବେଙ୍ଗାଲୁର: ମହାମାରୀ କରୋନା ଭାଇରସ୍ ପୂରା ରାଜ୍ୟବାସୀଙ୍କୁ ଆତଙ୍କିତ କରିଥିବା ବେଳେ କର୍ଣ୍ଣାଟକରେ କରୋନା ମୁକାବିଲା ପାଇଁ ଏକ କ୍ବାରାଣ୍ଟାଇନ୍ ଆପ୍ ଲଞ୍ଚ୍ କରାଯାଇଛି। ପୂର୍ବ କେନ୍ଦ୍ର ମଧ୍ୟ କରୋନା ମୁକାବିଲା ପାଇଁ ଗୁଡ଼ାଏ ଆପ୍ ଲଞ୍ଚ୍ କରିସାରିଥିବା ବେଳେ ଏବେ କର୍ଣ୍ଣାଟକ ଆପ୍ ଜରିଆରେ କୋଭିଡ୍ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ହାସଲ କରିବ ବୋଲି ସୂଚନା ରହିଛି। ଯେଉଁମାନେ କୋଭିଡ୍ର ଶିକାର ହୋଇ ଗୃହ କ୍ବାରାଣ୍ଟାଇନ୍ରେ ଅଛନ୍ତି। ଏହି ଆପ୍ ସେମାନଙ୍କ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ଆପ୍କୁ ଲଞ୍ଚ୍ କରାଯାଇଛି।
ଏହି ଆପ୍ ଜରିଆରେ ଡାକ୍ତର ଓ ଅନ୍ୟ ହସ୍ପିଟାଲ୍ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। କର୍ଣ୍ଣାଟକର ଡାକ୍ତରୀ ଶିକ୍ଷା ମନ୍ତ୍ରୀ କେ ସୁଧାକର ଆପ୍ ଜରିଆରେ ହସ୍ପିଟାଲ୍ ଓ କ୍ଲିନିକ୍ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବା କଥା ଚିନ୍ତା କରିବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ଆଇଏଏସ୍ ଅଫିସର୍ ମୁନିଷ୍ ମୌଦଗିଲ୍ ଓ ତାଙ୍କ ଦଳ ମିଶି ଏହି ମୋବାଇଲ୍ ଆପ୍ ଲଞ୍ଚ୍ କରିଛନ୍ତି।
ଆପ୍ର ନାମ ‘କ୍ବାରାଣ୍ଟାଇାନ୍ ଆପ୍’। ଆପ୍ଟି ବୁଧବାର ଲଞ୍ଚ୍ ହୋଇଛି। ସଂଦିଗ୍ଧମାନେ ଏହି ଆପ୍କୁ ବ୍ୟବହାର କରିବେ ବୋଲି ସରକାର ବାଧ୍ୟତାମୂଳକ କରି ଦେଇଛନ୍ତି। ସଂଦିଗ୍ଧମାନେ ପ୍ରତି ଘଣ୍ଟା ଫଟୋ ପଠାଇବେ। ଯେଉଁମାନେ ଘଣ୍ଟାକୁ ଥରୁଟିଏ ଫଟୋ ପଠାଇ ପାରିବେ ନାହିଁ ପୁଲିସ୍ ସେମାନଙ୍କୁ ବଳପୂର୍ବରୁ ହସ୍ପିଟାଲ୍କୁ ଉଠାଇ ନେଇଯିବ।
ଆଣ୍ଡ୍ରଏଡ୍ ଓ ଆଇଫୋନ୍ରେ ଏହି ଆପ୍ ଉପଲବ୍ଧ ହେବ। ଏହା ଜିପିଏସ୍ ସହ ସଂଯୋଗ ହୋଇଥିବାରୁ ସଂଦିଗ୍ଧମାନଙ୍କୁ ଟ୍ରାକ୍ କରିବା ସହଜ ହେବ। ଆପ୍କୁ ଡାଉନ୍ଲୋଡ୍ କରିବା ମାତ୍ରେ ତୁରନ୍ତ ସେଲ୍ଫି ପଠାଇବାକୁ ହେବ।