ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ଜଣେ ବରିଷ୍ଠ ଡାକ୍ତର କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ତାଙ୍କ ସ୍ବାବ୍ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ବାହାରିଛି ବୋଲି ଗୁରୁବାର ହସ୍ପିଟାଲ୍ ପକ୍ଷରୁ ସୂଚନା ମିଳିଛି। ଫିଜିଓଲୋଜି ବିଭାଗର ଏହି ଡାକ୍ତରଙ୍କର କୌଣସି ଯାତ୍ରା ଇତିହାସ ଏଯାବତ୍ ଜଣାପଡ଼ିନାହିଁ। ଡାକ୍ତର ସଂକ୍ରମିତ ହେବା ପରେ ଏମ୍ସର କର୍ମଚାରୀମାନେ ହସ୍ପିଟାଲରେ ସ୍ବାସ୍ଥ୍ୟ ସୁରକ୍ଷା ସାମଗ୍ରୀର ଯୋଗାଣ ଓ ଉନ୍ନତ ଧରଣର ପ୍ରୋଟେକ୍ଟିଭ କିଟ୍ ପାଇଁ ଦାବି କରିଛନ୍ତି।
ହସ୍ବିଟାଲ୍ର ଆହୁରି ଅନେକ ଡାକ୍ତର ଏହି ଭାଇରସ୍ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ଦିଲ୍ଲୀରେ ଏବେ ସୁଦ୍ଧା ୧୫୦ କରୋନା ଭାଇରସ୍ ମାମଲା ଆସିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି। ୬ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି।
କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଦିଲ୍ଲୀର ଅନେକ ରୋଗୀ ବିନା କୌଣସି ସ୍ବତନ୍ତ୍ର ଚିକିତ୍ସାରେ ସୁସ୍ଥ ହେଉଥିବା ବେଳେ ପ୍ରତି ୬ ଜଣଙ୍କ ଭିତରୁ ଜଣେ ଗୁରୁତର ହେଉଥିବା ସୂଚନା ରହିଛି।
ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ଛୁଇଁଥିବା ବେଳେ ମୃତ୍ୟୁ ସଂଖ୍ୟ ୬୫ ଛୁଇଁ ସାରିଲାଣି।