୨୦୧୯ ଲୋକସଭା ନିର୍ବାଚନ ଫଳାଫଳ: ଆରମ୍ଭ ହେଲା ଭୋଟ୍‌ ଗଣନା

ନୂଆଦିଲ୍ଲୀ: ଗୁରୁବାର ସକାଳ ୮ଟା ବେଳେ ବିଭିନ୍ନ ଗଣନା କେନ୍ଦ୍ରରେ ୫୪୨ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟ୍‌ ଗଣନା ଆରମ୍ଭ ହୋଇଛି। ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତରେ ଆଗାମୀ ପାଞ୍ଚ ବର୍ଷ ଲାଗି କ୍ଷମତାର ଲଗାମ କାହା ହାତରେ ରହିବ ତାହା ଆଜି ସନ୍ଧ୍ୟା ସୁଦ୍ଧା ଜଣାପଡ଼ିବ ବୋଲି ଆଶା କରାଯାଉଛି।

ଏହାଛଡ଼ା ଚାରିଟି ରାଜ୍ୟ:- ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳପ୍ରଦେଶରେ ବିଧାନସଭା ନିମନ୍ତେ ମଧ୍ୟ ଭୋଟ୍‌ ଗଣତି ଆରମ୍ଭ ହୋଇଛି।
ଓଡ଼ିଶାର ୬୩ଟି କେନ୍ଦ୍ରରେ ଚାଲିଛି ଭୋଟ୍‌ ଗଣନା।

ପରଂପରା ଅୁନଯାୟୀ ପ୍ରଥମେ ଇଭିଏମରେ ‌ଭୋଟ୍‌ ଗଣତି କରାଯିବ।ଏହାପରେ ଭିଭିପିଏଟି ସ୍ଲିପ୍ ଗଣତି ହେବ। ଭିଭିପିଏଟି ସ୍ଲିପ୍ ଗଣତି ପରେ ଇଭିଏମ୍ ଗଣତି ସହ ମ୍ୟାଚିଂ ବା ମେଳ କରାଯିବ। ଏହା ମେଳ ନ ଖାଇଲେ ଭିଭିପିଏଟି ଗଣତିକୁ ଚୂଡାନ୍ତ ବୋଲି ଗ୍ରହଣ କରାଯିବ।ଏଭଳି ପ୍ରକ୍ରିୟା ପାଇଁ ୪ରୁ ୫ ଘଣ୍ଟା ଅଧିକ ସମୟ ଲାଗିବ। ଇଭିଏମରେ ଗଣତି ସହିିତ ପୋଷ୍ଟାଲ ବାଲଟ୍ ମଧ୍ୟ ଗଣତି ଏକ ସଙ୍ଗରେ ହେବ। ୧୮ ଲକ୍ଷ ମଧ୍ୟରୁ ୧୬ ଲକ୍ଷ ୫୦ ହଜାର ପୋଷ୍ଟାଲ ବାଲଟ୍ ଆସିଛି।

ସମ୍ବନ୍ଧିତ ଖବର