୨୪ ଘଣ୍ଟାରେ କୋଭାକ୍ସିନକୁ ମିଳିପାରେ ଡବ୍ଲୁଏଚଓ ଅନୁମତି

ନୂଆଦିଲ୍ଲୀ : ଭାରତର କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ସଂପର୍କରେ ଆସନ୍ତା ୨୪ ଘଣ୍ଟାରେ ନିଷ୍ପତ୍ତି ନେବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଡବ୍ଲୁଏଚଓର ବରିଷ୍ଠ ଅଧିକାରୀ ଡ. ମାର୍ଗାରେଟ ହ୍ୟାରିସ କହିଛନ୍ତି । ଆଜି ଡବ୍ଲୁଏଚଓର ବୈଷୟିକ ପରାମର୍ଶଦାତା କମିଟି ଆଜି କୋଭାକ୍ସିନର ତଥ୍ୟର ସମୀକ୍ଷା କରିଥିଲା । ଏହି ତଥ୍ୟକୁ ନେଇ ଯଦି କମିଟି ସନ୍ତୁଷ୍ଟ ହୁଏ ତେବେ ୨୪ ଘଣ୍ଟାରେ ଏହାକୁ ଅନୁମତି ଦେବାକୁ ସୁପାରିଶ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ କୋଭାକ୍ସିନକୁ ହାଇଦ୍ରାବାଦର କମ୍ପାନି ଭାରତ ବାୟୋଟେକ ଆଇସିଏମଆର ସହଯୋଗରେ ପ୍ରସ୍ତୁତ କରିଛି । ଏହାକୁ ଭାରତରେ କରୋନା ଟିକାକରଣ ପାଇଁ ବ୍ୟବହାର କରାଯାଉଛି ।

ସମ୍ବନ୍ଧିତ ଖବର