କରୋନା ମୁକାବିଲା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯଥେଷ୍ଟ ନୁହେଁ: ଏମ୍‌ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ କରୋନା ମୁକାବିଲା ପାଇଁ ଏକ ମହୋଷଧୀ ଭଳି କାମ କରୁଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଅସ୍ବୀକାର କରିଛନ୍ତି ଦିଲ୍ଲୀ ଏମ୍‌ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। ସେ କହିଛନ୍ତି କି କୋଭିଡ୍‌-୧୯ ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ମ୍ୟାଜିକ୍‌ ବୁଲେଟ୍‌ ନୁହେଁ।

କରୋନା ଭାଇରସ୍‌ ଏହି ଔଷଧ ଦ୍ବାରା ଭଲ ହେଉଛି ବୋଲ୍‌ ଚୀନ ଘୋଷଣା କରିବା ପରେ ଏହି ଆଣ୍ଟି ମେଲେରିଆ ଡ୍ରଗ୍‌ର ଚାହିଦା ସାରା ବିଶ୍ବରେ ଢେର୍‌ ବଢ଼ିଯାଇଛି। ମାତ୍ର ଡକ୍ଟର ଗୁଲେରିଆଙ୍କ କହିବା କଥା ହେଲା, ‘ସମସ୍ତଙ୍କ ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯଥେଷ୍ଟ ନୁହେଁ। ଏହା ହୃଦ୍‌ରୋଗର କାରଣ ହୋଇପାରେ। ଏହାକୁ ଖାଇବା ଦ୍ବାରା ହାର୍ଟବିଟ୍‌ ଅସନ୍ତୁଳିତ ରହିବାର ସମ୍ଭାବନା ଅଛି। ଅନ୍ୟ ଡ୍ରଗ୍‌ ପରି ଏଥିରେ ମଧ୍ୟ ପାର୍ଶ୍ବ ପ୍ରତିକ୍ରିୟା ରହିଛି। ସାଧାରଣ ଲୋକଙ୍କ ଶରୀର ପାଇଁ ଏହା କ୍ଷତିକାରକ ପ୍ରମାଣିତ ହୋଇପାରେ।’

Image Source: Medscape

ସେ ଆହୁରି ବି କହିଛନ୍ତି ଯେ, ‘ଏହାକୁ ଖାଇବା ଦ୍ବାରା ପୂରାପୂରି କରୋନା ଚିକିତ୍ସା କରାଯାଇପାରେନା ମାତ୍ର ଯେପର୍ଯ୍ୟନ୍ତ ଅନ୍ୟ କୌଷସି ଔଷଧ ବାହାରି ନାହିଁ ଏହାରି ଜରିଆରେ ଚିକିତ୍ସା କରାଯାଇପାରେ।’

କେତେକ ଲ୍ୟାବ୍‌ ତଥ୍ୟରୁ ଜଣାପଡ଼ିଛି ଯେ ହାଇଡ୍ରୋକ୍ଦିକ୍ଲୋରୋକୁଇନ୍ କିଛି ମାତ୍ରାରେ କରୋନା ମୁକାବିଲା କରିପାରୁଛି। ମାତ୍ର ଏହି ତଥ୍ୟ ଯଥେଷ୍ଟ ନୁହେଁ ବୋଲି ଡକ୍ଟର ଗୁଲେରିଆ କହିଛନ୍ତି। ସେହିପରି ଆଇସିଏମ୍‌ଆର୍‌ର ଗବେଷକଙ୍କ କହିବା ଅନୁଯାୟୀ, କରୋନା ଆକ୍ରାନ୍ତଙ୍କ ନିକଟତମ ସଂପର୍କୀୟ କିମ୍ବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଏହି ଔଷଧ ଆବଶ୍ୟକୀୟ।

ସମ୍ବନ୍ଧିତ ଖବର