ରାଜ୍ୟରୁ ୩୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜ୍ୟରୁ ୩୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩୧୯ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୮୪ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ୧୩୫ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ତେବେ ଅନୁଗୁଳ ଜିଲ୍ଲାରୁ ୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରୁ ୧୦ଜଣ, ବରଗଡ଼ ଜିଲ୍ଲାରୁ ୬ଜଣ, ଭଦ୍ରକ ଜିଲ୍ଲାରୁ ୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୫ଜଣ, କଟକରୁ ୧୦ଜଣ,ଦେବଗଡ଼ରୁ ୨ଜଣ, ଢ଼େଙ୍କାନାଳରୁ ୩ଜଣ, ଗଞ୍ଜାମରୁ ୬ଜଣ, ଜଗତସିଂହପୁର ଜିଲ୍ଲାରୁ ୭ଜଣ, ଯାଜପୁରରୁ ୧୧ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୫ଜଣ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୧୧ଜଣ, କେନ୍ଦୁଝରରୁ ୧୦ଜଣ, ଖୋର୍ଧାରୁ ୨୩ଜଣ, ମାଲକାନଗିରିରୁ ୩ଜଣ, ମୟୁରଭଞ୍ଜରୁ ୧୯ଜଣ, ନବରଙ୍ଗପୁରରୁ ୪ଜଣ, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୮ଜଣ, ପୁରୀରୁ ୨୪ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୯ଜଣ, ସୁନ୍ଦରଗଡ଼ରୁ ୭୨ଜଣ ଓ ଷ୍ଟେଟପୁଲରୁ ୫ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି।

ତେବେ ରାଜ୍ୟରେ ଏଯାବତ ୩୨୧୯୫୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩୨୬୯୧୫ ଜଣ କରୋନାରେ ସଂକମ୍ରିତ ହୋଇଥିବା ଜଣାପଡ଼ିଛି। ଏବେ ରାଜ୍ୟରେ ୩୦୬୩ଟି ସକ୍ରିୟ ମାମଲା ରହିଛି।

5 new positive cases of coronavirus in Kerala, India count jumps to 39 | India News | Zee News

ଏଥିସହିତ କରୋନା ବିପଦ ଏବେ ବି ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ। ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ ଏବଂ ବରମ୍ବାର ଭଲ ଭାବରେ ହାତ ଧୋଇବା ଅଭ୍ୟାସ ଜାରି ରଖନ୍ତୁ। ମନେ ରଖନ୍ତୁ, ଯେପର୍ଯ୍ୟନ୍ତ ଔଷଧ ନାହିଁ ସେପର୍ଯ୍ୟନ୍ତ ଅବହେଳା କରିବା ନାହିଁ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର