ଭୁବନେଶ୍ୱର : ଓଡ଼ିଶାରେ ଗତ କିଛି ଦିନ ହେଲା ଦୈନିକ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୭୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୬୧୭ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୮୫୩ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୧୪୭୦ ଟି ନୂଆ ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୭୦ ଟି ଓ କଟକ ଜିଲ୍ଲାରୁ ୧୨୬ ଟି ମାମଲା ରହିଛି ।
Covid-19 Report For 29th October
New Positives Cases 1470
In quarantine: 853
Local contacts: 617(Details of local contacts will be shared by concerned District Administration)
District Wise Cases:
1. Angul: 76
2. Balasore: 56
3. Bargarh: 61
4. Bhadrak: 19
5. Balangir: 63— I & PR Department, Odisha (@IPR_Odisha) October 31, 2020
ସେହିପରି ପୁରୀରୁ ୬୪ଟି, ଜଗତସିଂହପୁରରୁ ୭୬, ବରଗଡ଼ରୁ ୬୧, ବାଲେଶ୍ୱରରୁ ୫୬ଟି, ଅନୁଗୁଳରୁ ୭୬ଟି, ମୟୁରଭଞ୍ଜରୁ ୫୦, ଝାରସୁଗୁଡ଼ାରୁ ୩୯, ନୂଆପଡ଼ାରୁ ୬୧, ସମ୍ବଲପୁରରୁ ୩୪, ବଲାଙ୍ଗୀରରୁ ୬୩ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୫୧ ଟି, ନବରଂଗପୁରରୁ ୩୪ଟି, କୋରାପୁଟରୁ ୨୪ଟି, ରାୟଗଡ଼ାରୁ ୧୩ଟି, ସୋନପୁରରୁ ୨୭ଟି, ଭଦ୍ରକରୁ ୧୯ଟି, ନୟାଗଡ଼ରୁ ୩୧ଟି, ମାଲକାନଗିରିରୁ ୨୫, କଳାହାଣ୍ଡିରୁ ୩୧ଟି, ସୁନ୍ଦରଗଡ଼ରୁ ୧୧୨ଟି, ଢେଙ୍କାନାଳରୁ ୧୭ଟି ଏବଂ ରାଜ୍ୟ ପୁଲରୁ ୩୦ ଟି ମାମଲା ଚିହ୍ନଟ ହୋଇଛି ।
୧୪୭୦ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୨ ଲକ୍ଷ ୯୦ ହଜାର ୧୧୬ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୧୪୯୦୫ ଥିବାବେଳେ ୨୭୩୮୩୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮୦୦ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୪୫୫୫୮୧୫ ଟି କରୋନା ପରୀକ୍ଷା କରାଯାଇଛି ।
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୧୨ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୩୨୦ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ, କେନ୍ଦୁଝରରୁ ଦୁଇଜଣ ଅନ୍ତର୍ଭୁକ୍ତ ଅଛନ୍ତି । ଖୋର୍ଦ୍ଧାର ୩ ଜଣଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ବରରୁ ଅଛନ୍ତି । ସେହିପରି ଗଞ୍ଜାମ, ନୂଆପଡ଼ା, ପୁରୀ,ଝାରସୁଗୁଡ଼ା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।