ଦେଶରେ ପ୍ରଥମ: ରାଜସ୍ଥାନ ଗୋଶାଳାରେ ୫ ଗାଈଙ୍କ ହେଲା ମୋତିଆବିନ୍ଦୁ ଅପରେସନ

ଜୟପୁର: ରାଜସ୍ଥାନର ମଣ୍ଡୋରସ୍ଥିତ ଏକ ଗୋଶାଳାରେ ଏକ ସ୍ୱତନ୍ତ୍ର ଅପରେସନ କରାଯାଇଛି। ଏଠାରେ ଏକ ସ୍ୱତନ୍ତ୍ର ଅପରେସନ ଥିଏଟର ନିର୍ମାଣ କରି ୫ଟି ଗାଈଙ୍କ ମୋତିଆବିନ୍ଦୁ ଅପରେସନକୁ ଦେଶର ପ୍ରଥମ ଘଟଣା ବୋଲି କୁହାଯାଉଛି। କାରଣ ପୂର୍ବରୁ ଦେଶର କୌଣସି ଗୋଶାଳାରେ ଏଭଳି ଅପରେସନ ବ୍ୟବସ୍ଥା କରାଯାଇ ନଥିଲା।

ଯୋଧପୁର ନିକଟସ୍ଥ ମଣ୍ଡୋରାସ୍ଥିତ ପନ୍ନାଲାଲ ଗୋଶାଳା ଦେଶର ପ୍ରଥମ ଗୋଶାଳା, ଯେଉଁଠାରେ ଏହି ସୁବିଧା କରାଯାଇଛି। ଗୋଶାଳାରେ ଗତ ମାସରେ ୫ ଗାଈଙ୍କୁ ମୋତିଆବିନ୍ଦୁ ଅପରେସନ କରାଯାଇଛି।

ଗୋଶାଳା ପରିଚାଳନା ସମିତିର କୋଷାଧ୍ୟକ୍ଷ ସାଲଗରାମ ଟାକ ଗଣମାଧ୍ୟମକୁ କହିଛନ୍ତି, ଗାଈଙ୍କ ମୋତିଆବିନ୍ଦୁ ଅପରେସନ ପାଇଁ ବିଶେଷ ଅପରେସନ ଥିଏଟର ନିର୍ମାଣ କରାଯାଇଛି। ଏଥିରେ ଗତ ମାସରେ ଅୟୋଜିତ ପ୍ରଥମ ଶିବିରରେ ରାଜସ୍ଥାନ ପଶୁ ଚିକିତ୍ସା ଓ ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟ(ବିକାନେର) ନେତ୍ର ରୋଗ ବିଭାଗ ମୁଖ୍ୟ ସୁରେଶ କୁମାର ଝିରଓ୍ଵାଲଙ୍କ ଟିମ୍‌ ଅପରେସନ କରିଛନ୍ତି। ହୀରାଲାଲ କହିଛନ୍ତି, ତାଙ୍କ ଟିମ୍‌ ଏହା ପୂର୍ବରୁ ବିରାଡି, ଠେକୁଆ, ବତକ ଓ ଅନ୍ୟ କିଛି ପକ୍ଷୀଙ୍କ ମୋତିଆବିନ୍ଦୁ ଅପରେସନ କରାଯାଇଛି କିନ୍ତୁ ପ୍ରଥମ ଥର ପାଇଁ ଗାଈଙ୍କ ଏହି ଅପରେସନ ନୂଅାଁ ଘଟଣା।

ସମ୍ବନ୍ଧିତ ଖବର