ଖନ୍ତାପଡ଼ା: ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ ନଂ ଜାତୀୟ ରାଜପଥ ବେଗୁନିଆ ନିକଟରେ ଗୋରୁ ଭର୍ତିଥିବା ଏକ କଣ୍ଟେନରକୁ ଗୋ ସୁରକ୍ଷା ବାହିନୀ ସନ୍ଦେହ କରି ସକାଳେ ଅଟକାଇଥିଲେ। ଖନ୍ତାପଡ଼ା ଥାନାକୁ ଘଟଣା ସଂପର୍କରେ ଖବର ଦିଆଯାଇଥିଲା। ଖନ୍ତାପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବାରୁ କଣ୍ଟେନରରେ ଗୋବୋଝେଇ ହୋଇ ଥିବାର ଦେଖିବାକୁ ପାଇଥିଲା।

Advertisment

ଖନ୍ତାପଡ଼ା ଥାନା ୧୬ ନଂ ଜାତୀୟ ରାଜପଥ ବେଗୁନିଆ ନିକଟରେ ଗୋରୁ ଭର୍ତିଥିବା ଏକ କଣ୍ଟେନରକୁ ଗୋ ସୁରକ୍ଷା ବାହିନୀ ସନ୍ଦେହ କରି ସକାଳେ ଅଟକାଇଥିଲେ। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପଥଚାରୀ, ସମାଜସେବୀ, ଗୋ ସୁରକ୍ଷା ବାହିନୀ, ଶ୍ରୀକୃଷ୍ଣ ବଲ୍ଲଭ ୱେଲଫେର ଫାଉଣ୍ଡେସନର କର୍ମୀ, ମା ଭାରତୀ ଗୋଶାଳାର ସମ୍ପାଦକ ଜିତେନ୍ଦ୍ର ସ୍ବାଇଁ ଏବଂ ବହୁ ସାମାଜିକ କର୍ମୀ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ଗୋରୁ ଚାଲାଣକୁ ପ୍ରତିବାଦ କରିଥିଲେ। ଏଥିପାଇଁ ପୁଲିସକୁ ନାକେଦମ ହେବାକୁ ପଡିଥିଲା। ଶେଷରେ ପୁଲିସ ନିରୁପାୟ ହୋଇ ଗୋରୁ ଭର୍ତିଥିବା ଏକ କଣ୍ଟେନରକୁ ଖନ୍ତାପଡ଼ା ଥାନା ଅଭିମୁଖେ ନେଇଥିଲେ।

ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପଥଚାରୀ, ସମାଜସେବୀ, ଗୋ ସୁରକ୍ଷା ବାହିନୀ, ଶ୍ରୀକୃଷ୍ଣ ବଲ୍ଲଭ ୱେଲଫେର ଫାଉଣ୍ଡେସନର କର୍ମୀ, ମା ଭାରତୀ ଗୋଶାଳାର ସମ୍ପାଦକ ଜିତେନ୍ଦ୍ର ସ୍ବାଇଁ ଏବଂ ବହୁ ସାମାଜିକ କର୍ମୀ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ଗୋରୁ ଚାଲାଣକୁ ପ୍ରତିବାଦ କରିଥିଲେ। ଏଥିପାଇଁ ପୁଲିସକୁ ନାକେଦମ ହେବାକୁ ପଡିଥିଲା। ଶେଷରେ ପୁଲିସ ନିରୁପାୟ ହୋଇ ଗୋରୁ ଭର୍ତିଥିବା ଏକ କଣ୍ଟେନରକୁ ଖନ୍ତାପଡ଼ା ଥାନା ଅଭିମୁଖେ ନେଇଥିଲେ। ତେବେ ଖବର ଲେଖା ହେବା ବେଳକୁ କେତେଜଣ ଗୋରୁଙ୍କୁ ଉଦ୍ଧାର କରାଯାଇଛି, ତାହା ଜଣା ପଡ଼ିନାହିଁ।