ନୂଆଦିଲ୍ଲୀ : ଏଣିକି ବିଦେଶ ଯାତ୍ରୀମାନେ କୋଓ୍ବିନ ସାଇଟରେ ନିଜର ଟିକାକରଣ ପ୍ରମାଣପତ୍ରକୁ ପାସପୋର୍ଟ ସହ ଲିଙ୍କ୍ କରିପାରିବେ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟ କାରଣ ପାଇଁ ବିଦେଶ ଯାତ୍ରା କରୁଥିବା ଲୋକମାନେ ଉପକୃତ ହୋଇପାରିବେ ।
ଆରୋଗ୍ୟ ସେତୁ ଆପର ଟ୍ବିଟର ହାଣ୍ଡଲରେ ଦିଆଯାଇଥିବା ସୂଚନା ଅନୁସାରେ ଲୋକମାନେ କୋଓ୍ବିନ୍ ଆପକୁ ଯାଇ ନିଜର ଟିକା ପ୍ରମାଣପତ୍ରରେ ନିଜର ପାସପୋର୍ଟ ନମ୍ବର ସଂଯୁକ୍ତ କରିପାରିବେ । ପାସପୋର୍ଟ ନମ୍ବର ଅପଲୋଡ କରିବାର କିଛି ସମୟପରେ ଏକ ଅପଡେଟେଡ୍ ଟିକା ପ୍ରମାଣପତ୍ର ମିଳିବ ।
Now you can update your Passport number in your vaccination certificate.
Login to https://t.co/S3pUooMbXX.
Select Raise a Issue
Select the passport optionSelect the person from the drop down menu
Enter passport number
SubmitYou will receive the new certificate in seconds. pic.twitter.com/Ed5xIbN834
— Aarogya Setu (@SetuAarogya) June 24, 2021
ଯଦି ଟିକା ପ୍ରମାଣପତ୍ରରେ ଥିବା ନାମ ଓ ପାସପୋର୍ଟରେ ଥିବା ନାମରେ ଅମେଳ ଦେଖାଦିଏ ତେବେ ସଂପୃକ୍ତ ବ୍ୟକ୍ତି ସଂଶୋଧନ ପାଇଁ ଆବେଦନ କରିପାରିବେ । କିନ୍ତୁ ଏପରି ସଂଶୋଧନ ପାଇଁ ଥରେ ମାତ୍ର ସୁଯୋଗ ଦିଆଯିବ । ଏଣୁ ସତର୍କତାର ସହ ସଂଶୋଧନ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ଅନ୍ତର୍ଜାତୀୟ ଯାତ୍ରା ପାଇଁ ଏବେ କୋଭିଡ୍ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ ହୋଇପଡ଼ିଛି । ଅଧିକାଂଶ ଦେଶ ଏଥିପାଇଁ ନିୟମକୁ କଡ଼ାକଡ଼ି କରିଛନ୍ତି । ଅଧିକାଂଶ ଦେଶ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଦ୍ବାରା ତାଲିକାଭୁକ୍ତ ଟିକା ନେଇଥିବା ଲୋକମାନଙ୍କୁ ହିଁ ଗ୍ରହଣ କରୁଛନ୍ତି ।