ତିରୁଓ୍ଵନନ୍ତପୁରମ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେରଳର େଓ୍ଵନାର୍ଡରୁ ଲୋକସଭା ନିର୍ବାଚନ ଲଢିବାକୁ ଘୋଷଣା କରିବା ପରେ ବାମପନ୍ଥୀ ଓ କଂଗ୍ରେସ ମଧ୍ୟରେ ତିକ୍ତତା ବଢିଯାଇଛି । ଏବେ ସିପିଆଇ(ଏମ)ର ମୁଖପତ୍ର ଦେଶଭିମାନୀରେ ରାହୁଲଙ୍କୁ ପପ୍ପୁ ବୋଲି କୁହାଯାଇଛି ।ଏହାକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିବା ପରେ ସିପିଆଇଏମ ନେତା ତଥା କେରଳର ଅର୍ଥମନ୍ତ୍ରୀ ଥମାସ ଆଇଜାକ କହିଛନ୍ତି ଯେ ଏହା ଏକ ବଡ଼ ଭୁଲ ଥିଲା, ଏହା ବାମଦଳର ଆଭିମୁଖ୍ୟ ନୁହେଁ ।

Advertisment

ଏହି ପତ୍ରିକାର ସଂପାଦକୀୟର ଶୀର୍ଷକ ରହିଛି ପପ୍ପୁର ପଦକ୍ଷେପ ଦ୍ୱାରା କଂଗ୍ରେସର ପତନ ସଂପୂର୍ଣ୍ଣ ହେବ । ଆମେଥିରେ ହାରିବାର ଭୟ ଯୋଗୁଁ ସେ କେରଳର ଏହି ଆସନରୁ ଲଢୁଛନ୍ତି ବୋଲି ଏଥିରେ କୁହାଯାଇଛି । ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଆମେଥି ଲୋକସଭା ନିର୍ବାଚନ ମଣ୍ଡଳୀର ୫ଟି ବିଧାନସଭା ଆସନରେ କଂଗ୍ରେସ ହାରିଯାଇଛି । ଏଣୁ ପରାଜୟର ଭୟ ରାହୁଲଙ୍କୁ ଘାରିଛି । ପତ୍ରିକାର ସଂପାଦକ ପିଏନ ମନୋଜ ମଧ୍ୟ ଏହି ଭୁଲକୁ ସ୍ୱୀକାର କରିଛନ୍ତି ।