ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଡାଙ୍ଗଣାମୁ ଘାଟିରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ହତ୍ୟା ଅଭିଯୋଗର ଡିଏସପି ରଜତ କୁମାର ରାୟ ତଦନ୍ତ କରିବେ ବୋଲି ଜଣାଯାଇଛି। ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ। ଏହି ମାମଲାର ତଦନ୍ତ କରିବାକୁ ଡିଏସପି ରଜତ କୁମାର ରାୟଙ୍କୁ ଦାୟିତ୍ବ ଦିଆଯାଇଛି।

Advertisment

ସୂଚନାଯୋଗ୍ୟ, ଗତ ୨୮ ତାରିଖ ଦିନ ଘାଟି ତଳୁ ଯୁବକ ଜେଷ୍ଠ ବଣ୍ଡକୀଙ୍କ ମୃତଦେହ ମିଳିଥିଲା। ପୁଲିସ କର୍ମଚାରୀ ଜେଷ୍ଠ ବଣ୍ଡକୀଙ୍କୁ ପିଟିପିଟି ମାରିବା ପରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗୋଛାପଡ଼ା ଥାନାର ଏସଆଇ, ହାବିଲଦାର ନିଲମ୍ବିତ ହୋଇଥିବା ବେଳେ ନିଜ କାମରେ ଅବହେଳା ପାଇଁ ୩ ଜଣ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଥିଲା।